Odisha Link
Bridging the Missing Links in Odisha

ଚାକିରି ଛାଡ଼ିଦେଲେ ବରିଷ୍ଠ ଆଇଏଏସ୍ ଗଗନ ଧଳ!

ଭୁବନେଶ୍ୱର: ଚର୍ଚ୍ଚାରେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଗଗନ ଧଳ। ଚାକିରିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଗଗନ ଧଳ। ୧୯୮୫ ବ୍ୟାଚର ଏହି ବରିଷ୍ଠ ଆଇଏଏସ ଅଧିକାରୀ କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟ କରୁଥିଲେ। ତେବେ ନିକଟରେ ତାଙ୍କ ସ୍ଥାନରେ ଆଇଏଏସ୍ ପ୍ରଦୀପ୍ତ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି।

୨୦୨୦ ଜାନୁଆରୀରେ ସେ ଅବସର ଗ୍ରହଣ କରିଥାନ୍ତେ। ହେଲେ ପୂର୍ବରୁ କାହିଁକତ ଚାକିରି ଛାଡ଼ିଲେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆଇଏଏସ ଅଦଳବଦଳ ବେଳେ ତାଙ୍କୁ ଅସମ୍ମାନୀତ କରାଯାଇଥିବାରୁ ସେ ଏଭଳି ନିଷ୍ପତି ନେଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଶ୍ରୀ ଧଳ ନିଜ ଇସ୍ତଫା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରିଥିବା କୁହାଯାଉଛି।

Comments are closed.