Odisha Link
Bridging the Missing Links in Odisha

ମାନସିକ ନିର୍ଯାତନା ଦେଇଛି ପପୁଙ୍କ କଥା : ଦୂତି

ଭୁବନେଶ୍ବର : ବିବାଦ ଭିତରେ ଆହୁରି ଛନ୍ଦି ହୋଇପଡୁଛି କିଙ୍ଗଙ୍କ ସିନେମା ପୋଷ୍ଟର। ମିଷ୍ଟର କହ୍ନେୟା ପୋଷ୍ଟରକୁ ନେଇ ଆଥଲେଟ ଦୂତି ଚାନ୍ଦ ଫେସବୁକ ପୋଷ୍ଟରେ ଲେଖିଛନ୍ତ ଯେ, କମେଡି କିଙ୍ଗ ପପୁ ପମପମଙ୍କ କଥା ତାଙ୍କୁ ବହୁତ ବାଧିଛି। ସିନେମାର ପୋଷ୍ଟର ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ଦୂତି କହିଛନ୍ତି। ଏପରିକି ପପୁଙ୍କ ବିରୋଧରେ ଦୂତି ମାନହାନୀ ମକଦ୍ଦମା କରିବେ ବୋଲି କହିଛନ୍ତି ।
ମିଷ୍ଟର କହ୍ନେୟା ପୋଷ୍ଟରକୁ ଦୂତି ବିରୋଧ କରିବା ପରେ ପପୁ ପମପମ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପପୁ ଦୂତିଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ଦୂତି ଆଗ ନିଜ ବ୍ୟକ୍ତିଗତ କଥାକୁ ସମ୍ଭାଳନ୍ତୁ ବୋଲି କହିଛନ୍ତି କମେଡି କିଙ୍ଗ। ପପୁଙ୍କ ଏହି କଥା ଦୂତିଙ୍କୁ ବହୁତ ବାଧିଥିବା ସେ କହିଛନ୍ତି
ସେପଟେ ମିଷ୍ଟର କହ୍ନେୟା ପୋଷ୍ଟର ବିବାଦ ମାମଲାରେ ସଂପୃକ୍ତ ପ୍ରଡକ୍ସନ ୟୁନିଟକୁ ନୋଟିସ ଜାରି କରିଛି କମିଶନରେଟ ପୋଲିସ। ଫିଲ୍ମର ପୋଷ୍ଟରକୁ ନେଇ ସବିଶେଷ ତଥ୍ୟ ମାଗିଛି ପୋଲିସ। ଥାନାରେ ହାଜରେ ସଂପୃକ୍ତ ପ୍ରଡକ୍ସନ ୟୁନିଟର ବୟାନ ରେକର୍ଡ କରାଯିବ। ପୋଷ୍ଟରଟି ସଂପୃକ୍ତ ପ୍ରଡକ୍ସନ ୟୁନିଟ କରିଛନ୍ତି ନା ନାହିଁ ସେ ପଚରାଉଚରା କରାଯିବ। ସେହିଭଳି ପୋଷ୍ଟରକୁ ନେଇ ଅଭିଯୋଗ କରିଥିବା ସାମାଜିକ କର୍ମୀଙ୍କୁ ବି ନୋଟିସ ଜାରି କରାଯାଇଛି। କେଉଁ ସୁତ୍ରରୁ ସେ ଏହି ପୋଷ୍ଟର ପାଇଲେ ସେ ନେଇ ସବିଶେଷ ତଥ୍ୟ ରଖିବାକୁ କୁହାଯାଇଛି।
ସୋସିଆଲ ମିଡିଆରେ ମିଷ୍ଟର କହ୍ନେୟାକୁ ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଥିଲା। ପୋଷ୍ଟରର ପପୁ ମହିଳାଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ କନକ ନ୍ୟୁଜରେ ସଫେଇ ରଖିଥିଲେ କମେଡି କିଙ୍ଗ ପପୁ ପମପମ। ସେ କହିଥିଲେ ପୋଷ୍ଟର ତିଆରିରେ ପ୍ରଯୋଜନା ସଂସ୍ଥାର କୌଣସି ହାତ ନାହିଁ। ମହିଳାଙ୍କୁ ସେ ଅସମ୍ମାନ କରିନାହାନ୍ତି। ଏପରିକି ପୋଷ୍ଟରଟି କିଏ ତିଆରି କରିଛି ତାକୁ ଖୋଜି ବାହାର କରିବା ଉଚିତ ବୋଲି ସେ ଦାବି କରିଥିଲେ। ମିଷ୍ଟର କହ୍ନେୟା ଏକ ପ୍ରେରଣାଦାୟୀ ଫିଲ୍ମ ବୋଲି ପ୍ରତିକ୍ରିୟାରେ କହିଥିଲେ ପପୁ।

Comments are closed.