Odisha Link
Bridging the Missing Links in Odisha

ନାବାଳିକାଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କଲା ଦାଦା

ସାଲେପୁର : ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଭୟଭୀତ କରାଇ ସଂର୍ପକୀୟ ଦାଦା ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଦେଢ ମାସର ଗର୍ଭବତୀ ହୋଇଥିବା ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ମାଆ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନାର ଅଲିପୁର ଗାଁରେ। ଏନେଇ ନାବାଳିକାଙ୍କ ମାଆ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଅଲିପୁର ଗାଁର ସଂପର୍କୀୟ ଦାଦା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମାଆ । ଘଟଣା ସମ୍ପର୍କରେ କାହା ଆଗରେ ପ୍ରକାଶ କଲେ ଏସିଡ ପକାଇ ଜାଳି ଦେବ ବୋଲି ଯୁବକ ଜଣଙ୍କ ଧମକ ଦେଇ ନାବାଳିକାଙ୍କୁ ବାରମ୍ବାର କରିଆସୁଥିଲେ ଦୁଷ୍କର୍ମ। ବାଧ୍ୟ ହୋଇ ନାବାଳିକା ଜଣଙ୍କ ଏ ସମସ୍ତ ଘଟଣା ମାଆ ଆଗରେ ପ୍ରକାଶ କରିଥିଲେ। ନାବାଳିକା ଛାତ୍ରୀ ଦେଢ଼ ମାସର ଗର୍ଭବତୀ ହୋଇଥିବା ଅଭିଯୋଗ ଆଣିଛନ୍ତି ଝିଅର ମାଆ। ଦୁଷ୍କର୍ମ ଘଟାଇଥିବା ଯୁବକ ଜଣଙ୍କ ନାବାଳିକାର ବାପା ଓ ମାଆକୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଛି। ଏହି ଘଟଣା ନେଇ ସାଲେପୁର ଥାନାରେ ନାବାଳିକା ଛାତ୍ରୀ ମାଆ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଘଟଣା ସମ୍ପର୍କରେ ତଦନ୍ତ କରିବା ସହ ପୀଡିତା ନାବାଳିକା ଛାତ୍ରୀଙ୍କର ଡାକ୍ତରୀ ମାଇନା ପାଇଁ ପଠାଇଛନ୍ତି।

Comments are closed.