Odisha Link
Bridging the Missing Links in Odisha

ଚାଷରେ କ୍ଷତି ହେବାରୁ କୀଟନାଶକ ପିଇ ଆତ୍ମହତ୍ୟା କଲେ ଚାଷୀ

କନ୍ଧମାଳ : କନ୍ଧମାଳ ଜିଲ୍ଲା କ.ନୂଆ ଗାଁ ବ୍ଲକ୍‌ କିଲୁପଡା ଗାଁର ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାଁ ଗୋବର୍ଦ୍ଧନ ମଲ୍ଲିକ।
ଅଭିଯୋଗ ଅନୁଯାୟୀ, ଚଳିତବର୍ଷ ୩ ଏକର ଜମିରେ ଚାଷ କରିଥିଲେ ଗୋବର୍ଦ୍ଧନ। କିନ୍ତୁ ପ୍ରବଳ ବର୍ଷା ଯୋଗୁ ଜମିରେ ବାଲି ଚରିଯିବା ସହ ଧାନ ଚାଷରେ ପୋକ ଲାଗିଯାଇ ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ଏହାକୁ ନେଇ ଗୋବର୍ଦ୍ଧନ ଚିନ୍ତିତ ହୋଇ ପଡ଼ିଥିଲେ। ଚାଷରେ କ୍ଷତି ହେବାରୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଗୋବର୍ଦ୍ଧନ ବିଲକୁ ଯାଇ ପୋକ ଲାଗିଥିବା ଧାନ ଗଛରେ କୀଟନାଶକ ଔଷଧ ସିଞ୍ଚନ କରିଥିଲେ। ସେ ବିଲରୁ ଫେରିବା ପରେ କୀଟନାଶକ ପିଇ ଦେଇଥିବା ପରିବାର ଲୋକେ ଜାଣିପାରିଥିଲେ। ତାଙ୍କୁ ତୁରନ୍ତ କ.ନୂଆଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲିଗୁଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସନ୍ଧ୍ୟାରେ ଗୋବର୍ଦ୍ଧନଙ୍କ ମୃତ୍ୟୁ ଘଟିଥିଲା।

Comments are closed.