Odisha Link
Bridging the Missing Links in Odisha

ଆତ୍ମହତ୍ୟା କଲେ ଅଭିନେତ୍ରୀ

ମୁମ୍ବାଇ: ଗତକାଲି ବିଳମ୍ବିତ ରାତ୍ରିରେ ମୁମ୍ବାଇରେ ଏକ ଅଭାବନୀୟ ଘଟଣା ଘଟିଛି। ବିଳମ୍ବିତ ରାତିରେ ମୁମ୍ବାଇର ଜଣେ ଷ୍ଟ୍ରଗଲିଂ ଅଭିନେତ୍ରୀ ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେ ରହୁଥିବା ଆପାର୍ଟମେଣ୍ଟର ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଫିଲ୍ମ ଅଭିନେତ୍ରୀ ହେବା ଲକ୍ଷ୍ୟରେ ଅଭିନୟ ଜଗତରେ ପାଦ ଥାପିଥିବା ଏହି ଯୁବତୀଙ୍କ ନାମ ପର୍ଲ ପଞ୍ଜାବୀ ବୋଲି ଜଣାପଡ଼ିଛି।

ସେ ବେଶ କିଛି ଦିନ ଧରି ଫିଲ୍ମ ପାଇଁ ସୁଯୋଗ ପାଇବାକୁ ପ୍ରୟାସ କରୁଥିଲେ ହେଁ ଏଥିରେ ସଫଳ ହୋଇପାରିନଥିଲେ। ତାଙ୍କ ଆପାର୍ଟମେଣ୍ଟର ଜଣେ ସୁରକ୍ଷାକର୍ମୀଙ୍କ କହିବା ଅନୁଯାୟୀ, ୧୨.୧୫ରୁ ୧୨.୩୦ ମଧ୍ୟରେ ଏହି ଘଟଣା ଘଟିଥିଲା। କେହି ଜଣେ ଚିଲ୍ଲାଇବା ପରି ଶୁଭିବାରୁ ସେମାନେ ଘଟଣା ସ୍ଥଳକୁ ଯାଇଥିଲେ। ଏହାପରେ ସେମାନେ ଏହି ଅଭିନେତ୍ରୀ ରହୁଥିବା ତୃତୀୟ ମହଲାରୁ ଚିତ୍କାର ଶୁଣିପାରିଥିଲେ।

ପୁଲିସ୍‌ କହିବା ଅନୁଯାୟୀ, ତାଙ୍କ ମାନସିକ ଅବସ୍ଥା ଠିକ୍‌ ନଥିଲା। ଅଭିନେତ୍ରୀ ପର୍ଲ ତାଙ୍କ ମା’ଙ୍କ ସହ ମଧ୍ୟ ଝଗଡ଼ା କରୁଥିଲେ। ଏପରିକି ୨ ଥର ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିବା ଅଭିଯୋଗ ହୋଇଛି।

Comments are closed.