Odisha Link
Bridging the Missing Links in Odisha

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ଡ଼ଙ୍ଗାପାଳ ଗାଁରେ ଗୁରୁବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବୃଦ୍ଧା ଜଣଙ୍କ ସକାଳ ସମୟରେ ଶୌଚ ପାଇଁ ଯାଇ ଘରକୁ ଏକ ଆମ୍ବ ତୋଟା ରାସ୍ତା ଦେଇ ଫେରୁଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ସେ ଅଚେତ ଅବସ୍ଥାରେ ସେଠାରେ ପଡ଼ିଯାଇଥିଲେ। କିଛି ସମୟ ମଧ୍ୟରେ ସେହି ରାସ୍ତାରେ ହାତୀ ଘଉଡ଼ାଇ ସ୍କ୍ୱାର୍ଡ଼ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଦେଖି ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରଥମେ ତାଙ୍କର ଚିକିତ୍ସା କରାଯାଇ ପରେ ଅନୁଗୁଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାତ୍ର ତାଙ୍କର ଅବସ୍ଥା ଏବେ ମଧ୍ୟ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

Comments are closed.