Odisha Link
Bridging the Missing Links in Odisha

ଅନୁଗୁଳ ଏଚଡିଏଫ୍‌ସି ବ୍ୟାଙ୍କ କେଳେଙ୍କାରୀ: ବ୍ୟାଙ୍କ ମ୍ୟାନେଜର କଣ ଏକମାତ୍ର ଦୋଷୀ?

ଭୁବନେଶ୍ବର: ଗତ ଶୁକ୍ରବାର ଦିନ ଅନୁଗୁଳ ଜିଲ୍ଲାପାଳଙ୍କ ଆକାଉଣ୍ଟରୁ ପ୍ରାୟ ୬0ଲକ୍ଷ ଟଙ୍କା ୮ଟି ଚେକ ମାଧ୍ୟମରେ ଉଠାଯାଇଥିବା ଅଭିଯୋଗରେ ତତକାଳୀନ ବ୍ୟାଙ୍କ ମ୍ୟାନେଜର ଶକ୍ତି ବେଦାନ୍ତ ଦାଶଙ୍କୁ ପୋଲିସ ଭୁବନେଶ୍ୱରରୁ ଗିରଫ କରଛି। ଏଚଡିଏଫ୍‌ସି ଅଫିସ ଭଳି ବ୍ୟାଙ୍କରୁ ଜଣେ ମ୍ୟାନେଜେର ଏକୁଟିଆ ଏତେ ଟଙ୍କା ଉଠାଇନେବା କିଭଳି ସମ୍ଭବ ହେଲା ତାହା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଜଣେ ବ୍ୟାଙ୍କ ମ୍ୟାନେଜର କଲେକ୍ଟର ଅଫିସର କର୍ମଚାରୀ ଏବଂ ବ୍ୟାଙ୍କର ଅନ୍ୟ ସହଯୋଗୀ ମାନଙ୍କ ବ୍ୟତୀତ କେବେବି ଏହି କାର୍ଯ୍ୟ କରିପାରିବେ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି।
୨୦୧୩ରୁ ଆକାଉଣ୍ଟରେ ଜମାଥିବା ଏହି ଟଙ୍କାରୁ ପୋଲିସ ଏବଂ ବ୍ୟାଙ୍କର ତଥ୍ୟ ହିସାବରେ ୩.୧୨.୧୭ ତାରିଖରେ ୮ଲକ୍ଷ ଟଙ୍କା ୧୮.୧୨.୧୭ ରେ ୮ଲକ୍ଷ, ୩.୧.୧୮ରେ ୮ଲକ୍ଷ୩୦ ହଜାର ୧୦.୧.୧୮ରେ ୩ଲକ୍ଷ୬୦ହଜାର, ୨୯.୧.୧୮ରେ ୮ଲକ୍ଷ ୬୦ହଜାର, ୧୫.୨.୧୮ରେ ୮ଲକ୍ଷ ୨୦ହଜାର, ୨୭.୩.୧୮ ୬ଲକ୍ଷ୮୦ହଜାର ଓ ୩.୫.୧୮ ତାରିଖରେ ୩ଲକ୍ଷ୫୧ହଜାର ୪୮୧ ଟଙ୍କା ଉଠାଯାଇଥିଲା।

ସାଧାରଣତଃ ବ୍ୟାଙ୍କରୁ ଟଙ୍କା ଉଠାଇବା ସମୟ ରେ ଟେଲର ଅଥରିଟି ସୀଗ୍ନେଟୋରୀଙ୍କ ଠାରୁ ପାସ ହେବା ପରେବ୍ୟାଙ୍କ ମ୍ୟାନେଜେର ଅନୁମତି ଦେଇଥାନ୍ତି ତେବେ ପୋଲିସ ଅନ୍ୟ ଦୁଇ ଜଣଙ୍କୁ ଗିରଫ ନକରି ବ୍ୟାଙ୍କ ଛାଡି ଦେଇଥିବାରୁ ସବୁଦୋଷୀ ପୂର୍ବତନ ବ୍ୟାଙ୍କ ମ୍ୟାନେଜେର ଶକ୍ତି ବେଦାନ୍ତ ଦାଶଙ୍କ ଉପରେ ଲଦି ଦିଆଯାଉନିକି ବୋଲି ବୁଦ୍ଧିଜୀବୀ ମହଲ ରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।

ପାଞ୍ଚଦିନ ହେଲା ପୋଲିସ୍ କେବଳ ମ୍ୟାନେଜର କୁ ଗିରଫ କରି ଚୁପଚାପ ବସିଥିବାରୁ ପୋଲିସ୍ କାର୍ଯ୍ୟରେ ସନ୍ଦେହର ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୧୭-୧୮ ମସିହାରୁ ଉଠାଯାଇଥିବା ଟଙ୍କା ବିଷୟରେ ୧ ବର୍ଷରେ ତତକାଳୀନ ଜିଲ୍ଲାପାଳଙ୍କ ବଦଳୀ ଏବଂ ନୂତନ ଆସିବା ପରେ ଏହା ଲୋକଲୋଚନକୁ ଆସିଥିବାରୁ ତତକାଳୀନ ଜିଲ୍ଲାପାଳଙ୍କ ସମ୍ପୃକ୍ତିକୁ ମଧ୍ୟ ଜନସାଧାରଣ ପ୍ରଶ୍ନକରିବା ଆରମ୍ଭ କରିଛନ୍ତି।ଗୋଟିଏ ପଟେ ତତକାଳୀନ ଜିଲ୍ଲାପାଳଙ୍କ ପାୱାର୍ ଏବଂ ଅନ୍ୟପଟେ ଏଚ.ଡି.ଏଫ୍.ସି ବ୍ୟାଙ୍କ ନିଜର ଏବଂ ନିଜ କର୍ମଚାରୀଙ୍କ ଭାବମୂର୍ତ୍ତୀକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ତତକାଳୀନ ମ୍ୟାନେଜର ଶକ୍ତିଙ୍କୁ ବଳି ପକା ଯାଉଛି ବୋଲି ପ୍ରାୟ ଅନୁଗୁଳ ବାସୀ ଏବଂ ବୁଦ୍ଧିଜିବୀ ମହଲରେ ପ୍ରକାଶ ପାଉଅଛି।

ଟଙ୍କା ଯେତେବେଳେ ଉଠାଗଲା କାହା ଆଇଡେଣ୍ଟ କାର୍ଡ ବ୍ୟବହାର କରାଗଲା , ବ୍ୟାଙ୍କ ମ୍ୟାନଜରଙ୍କ ମୈାଖିକ ନିର୍ଦ୍ଦେଶରେ ସରକାରୀ ଆକାଉଣ୍ଟରୁ ଟ୍ରେଲର ସିଗ୍ନାଟୋରୀ ଅଥରିଟି କିଭଳି ଟଙ୍କା ଉଠାଇବାକୁ ଅନୁମତିି ଦେଲେ ଏବଂ ଶକ୍ତି ବେଦାନ୍ତ ଦାଶ କାହା ନିର୍ଦ୍ଦେଶରେ ଏହାକୁ ଆପ୍ରୁଭ କରିଥିଲେ ତାହା ଏବେବି ସନ୍ଦେହ ଘେରରେ ରହିଛି ପୋଲିସ, ପ୍ରଶାସନ ଏବଂ ବ୍ୟାଙ୍କ ନିଜର ଦୋଷ ଘୋଡାଇ ବା ପାଇଁ କେବେଳ ଶକ୍ତି ବେଦନ୍ତ ଦାଶ ଙ୍କୁ ଗିରଫ କରିନାହିଁତ? ବ୍ୟାଙ୍କ ଉପରିସ୍ତ ଅଧିକାରୀ ବ୍ୟାଙ୍କର ଅଡିଟ ସମୟରେ ଏହି ଟଙ୍କା ବିଷୟରେ କୌଣସି ସୂଚନା କିପରି ପାଇନଥିଲେ? ବ୍ୟାଙ୍କ ର ଡାଟା ଏବଂ ସେଦିନ ଗୁଡିକ ର କ୍ୟାମେରା ରେକର୍ଡ ବ୍ୟାଙ୍କ ରେ ମହଜୁଦ ଅଛିକି ତାହା ବିଷୟରେ ପୋଲିସ କିପରି ନିରବ ରହିଛି ଏବଂ ବ୍ୟାଙ୍କ ଡାଟା କୁ ମ୍ୟାନେଜର ଚାହିଁଲେ ଉଡାଇ ପାରିବେକି ? ଯଦି ହଁ ତେବେ ବ୍ୟାଙ୍କ ଗୁଡିକ କେତେ ଭରସା ଯୋଗ୍ୟ ,ଯଦି ନା ତେବେ ଏଚ.ଡି. ଏଫ୍.ସି କଷ୍ଟମର ହେଡ ସମେତ ଆଡମିନ ଏବଂ ଅନ୍ୟମାନେ ଏଥିରେ ସମ୍ପୃକ୍ତ ଥିବାର ସନ୍ଦେହ ଜଣସାଧାରଣ ଙ୍କୁ ଅଧିକ ସନ୍ଦେହ ରେ ପକାଉ ଛି।

Comments are closed.