Odisha Link
Bridging the Missing Links in Odisha

ଗାନ୍ଧୀ ସ୍ମୃତି ଭବନର ନବୀକରଣ ପାଇଁ ମନ୍ତ୍ରୀଙ୍କ ସହ ଆଲୋଚନା

ବାଲେଶ୍ଵର: ବାଲେଶ୍ଵରର ଲୋକପ୍ରିୟ ପୂର୍ବତନ ସାଂସଦ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଇଂ ରବୀନ୍ଦ୍ର ଜେନା ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ବାଲେଶ୍ଵର ସହରର ବିକାଶ ଓ ପ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ।
ଶ୍ରୀ ଜେନା ବାଲେଶ୍ଵରର ଏକମାତ୍ର ପ୍ରେକ୍ଷାଳୟ ଗାନ୍ଧୀ ସ୍ମୃତି ଭବନର ନବୀକରଣ ତଥା ପ୍ରେକ୍ଷାଳୟକୁ ସେଣ୍ଟ୍ରାଲି ଶୀତତାପ ନିୟନ୍ତ୍ରିତ କରିବା ପାଇଁ ମାନ୍ୟବର ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବା ସହ ନୂଆବଜାର ଠାରେ ଏକ ଇଣ୍ଟିଗ୍ରେଟେଡ୍ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏହି ବୈଠକରେ ଅନ୍ୟାନ୍ୟ ବିଧାୟକ ତଥା ବରିଷ୍ଠ ନେତୃବୃନ୍ଦ, ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ମ୍ୟୁନିସିପାଲ୍ ପ୍ରଶାସନର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.