Odisha Link
Bridging the Missing Links in Odisha

ଆଜି ଭୁବନେଶ୍ବର ଆରଟିଓ-୨ର ପାଳି

ଭୁବନେଶ୍ବର: ଭୁବନେଶ୍ବର ଆରଟିଓ-୧ ପରେ ଆଜି ଆରଟିଓ-୨ ପରିସରରେ ଦଲାଲଙ୍କ କବଜାରେ ଥିବା ଜାଗାରୁ ଜବରଦଖଲ ହଟାଯାଉଛି। ଦଲାଲରାଜ ବିରୋଧରେ ସରକାର ଆଭିମୁଖ୍ୟ କଠୋର କରିଛନ୍ତି।
ଆରଟିଓ କାର୍ଯ୍ୟାଳୟ ସାମ୍ନା ଓ ଆଖପାଖ ଅଞ୍ଚଳକୁ ଦଲାଲମାନେ କ୍ୟାବିନ୍ ଓ ପିଣ୍ଡି କରି ମାଡି ବସିଥିଲେ। ଫଳରେ କାର୍ଯ୍ୟାଳୟକୁ ଆସୁଥିବା ଲୋକ ରାସ୍ତା ଉପରେ ଗାଡି ପାର୍କିଂ କରିବାକୁ ବାଧ୍ୟ ହେଉଥିଲେ । ଫଳରେ ଟ୍ରାଫିକ୍ ସମସ୍ୟା ଉପୁଜୁଥିଲା । ବିଡିଏ, ବିଏମସି, ସ୍ମାର୍ଟସିଟି କର୍ତ୍ତୃପକ୍ଷ ଏବଂ ପୋଲିସ ସହାୟତାରେ ଜବରଦଖଲ ଉଚ୍ଛେଦ କରାଯାଉଛି। ଗତକାଲି ଆରଟିଓ-୧ରେ ଦଲାଲଙ୍କ କବଜାରେ ଥିବା ସରକାରୀ ଜାଗାକୁ ଉଚ୍ଛେଦ କରାଯାଇଛି ।

Comments are closed.