ନାମ ଆଗରୁ ଚୌକିଦାର କାଟିଲେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ବିଜେପି ପୂର୍ଣ୍ଣ ବହୁମତ ସହ ୨୦୧୯ ଲୋକସଭା ନିର୍ବାଚନରେ ବିଜୟ ଲାଭ କରିବାକୁ ଯାଉତିବା ବେଳେ ଆଜି ନିଜ ନାମ ଆଗରୁ ଚୌକିଦାର ଶବ୍ଦ ହଟାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଟ୍ବିଟର ସମେତ ଅନ୍ୟ ସୋସିଆଲ ମିଡିଆରେ ସେ ପୁନର୍ବାର ତାଙ୍କ ନାମ କେବଳ ‘ନରେନ୍ଦ୍ର ମୋଦି’ ହିଁ ରଖିଛନ୍ତି।
ତେବେ ଏହି ଶବଦଟି ତାଙ୍କ ଜୀବନର ଏକ ଅବିଛେଦ୍ୟ ଅଙ୍ଗ ହୋଇ ରହିବ ବୋଲି ମୋଦି ଟ୍ବିଟ୍ କରିଛନ୍ତି। ଅନ୍ୟମାନେ ମଧ୍ୟ ଅନୁରୂପ ଭାବେ ଚୌକିଦାର ଶବ୍ଦ ହଟାଇ ଦେବାକୁ ସେ ଅନୁରୋଧ କରିଛନ୍ତି।
‘ମୁ ବି ଚୌକିଦାର’ ଥିଲା ଏଥର ବିଜେପିର ଅନ୍ୟତମ ନିର୍ବାଚନୀ ସ୍ଲୋଗାନ। ଅନ୍ୟପଟେ କଂଗ୍ରେସ ‘ଚୌକିଦାର ଚୋର’ ବୋଲି ପ୍ରଚାର କରିଥିଲେ।