କ୍ଷତାକ୍ତ ଅବସ୍ତାରେ ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

ମୟୁରଭଞ୍ଜ : ରଖେ ହରି ତ ମାରେ କିଏ ? ଜନ୍ମ ହେଉ ହେଉ ମାରିଦେବାକୁ ସମସ୍ତ ଉଦ୍ୟମ କରିଥିଲେ ଜନ୍ମଦାତା । ଖାସ୍ ସେଇଥିପାଇଁ ବୋଧ ହୁଏ ନିର୍ଜନ, ନିଛାଟିଆ ଜଙ୍ଗଲ ଭିତରୁ ପିମ୍ପୁଡ଼ି ଲାଗିଯାଇଥିବା ସଦ୍ୟଜାତ ଶିଶୁପୁତ୍ରଟି ଗ୍ରାମବାସୀଙ୍କ ନଜରକୁ ଆସିଥିଲା । କ୍ଷତାକ୍ତ ଅବସ୍ତାରେ ଜଙ୍ଗଲରୁ ଉଦ୍ଧାର ହେଲା ସଦ୍ୟଜାତ ଶିଶୁପୁତ୍ର । ମୟୁରଭଞ୍ଜ ମୋରଡ଼ା ନାହାଶୋଳ ଜଙ୍ଗଲରେ ଏକ ସଦ୍ୟଜାତ ଶିଶୁପୁତ୍ରକୁ ଗାଁଲୋକେ ଉଦ୍ଧାର କରି ଆଶାଦିଦିଙ୍କ ସହାୟତାରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ଏସଏନସିୟୁରେ ଚିକିତ୍ସିତ ହେଉଥିବା ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଭଲଥିବା ଡାକ୍ତର କହିଛନ୍ତି ।
ହେଲେ ପିଣ୍ଡରେ ପ୍ରାଣ ଭରିଥିବା ଭଗବାନ କିନ୍ତୁ ଚାହିଁନଥିଲେ ନିଜର ସୁନ୍ଦର ସୃଷ୍ଟିକୁ ନଷ୍ଟ କରିଦେବାକୁ ।ହସପିଟାଲର ଏସଏନସିୟୁରେ ଚିକିତ୍ସିତ ହେଉଥିବା ଶିଶୁପୁତ୍ରଟିର ସ୍ବାସ୍ଥ୍ୟବସ୍ଥା ଏବେ ସ୍ବାଭାବିକ ଥିବାବେଳେ ଯେହେତୁ ଦୀର୍ଘ ସମୟ ଧରି ଶିଶୁପୁତ୍ରଟି ବାହାରେ ପଡ଼ି ରହିଥିଲା, ଏବଂ ତା’ ଶରୀରକୁ ବିଶାକ୍ତ ପିମ୍ପୁଡ଼ି କାମୁଡ଼ି କ୍ଷତାକ୍ତ କରିଦେଇଛନ୍ତି, ତେଣୁ ଶିଶୁଟି ସମ୍ପୂର୍ଣ୍ଣ ବିପଦମୁକ୍ତ ନୁହେଁ ବୋଲି କହୁଛନ୍ତି ଡାକ୍ତର ।ତେବେ କିଏ ଆଉ କାହିଁକି ଶିଶୁପୁତ୍ରଟିକୁ ଏଭଳି ପରିତ୍ୟକ୍ତ ଭାବେ ଫିଙ୍ଗିଦେଇଥିଲେ ତା’ର ତଦନ୍ତ ହେବା ସହ ନିଷ୍ପାପ ଶିଶୁଟିକୁ ହତ୍ୟା ଉଦ୍ୟମ କରିଥିବା ଅମଣିଷମାନଙ୍କୁ ଦଣ୍ଡ ମିଳିବା ଦରକାର ବୋଲି ଗ୍ରାମ ବାସୀମାନେ ଦାବି କାରିଛନ୍ତି।