କଞ୍ଚା ଆମ୍ବ ଖାଇବାକୁ ଭଲ ପାଆନ୍ତିକି, ଜାଣନ୍ତୁ ତାର ଉପକାରିତା

ଆମ୍ବ ସେ କଞ୍ଚା ହେଉକି ପାଚିଲା ସମସ୍ତଙ୍କ ଇଚ୍ଛା ଥାଏ ଖାଇବାକୁ। ଆମ୍ବ ନା ଶୁଣିଲା ବେଳେକୁ ଅପଣମାନଙ୍କର ଇଚ୍ଛା ହେଉଥିବ କେହି ଜଣେ ଦିଅନ୍ତାକି ମନ ଭରି ମନ ଭରି ଖାଇ ଦିଅନ୍ତେ। ପାଚିଲା ଆମ୍ବର ମିଠା ସୁଆଦ ହିଁ ଆପଣମାନଙ୍କୁ ଆକର୍ଷିତ କରିଥାଏ । ଖାଦ୍ୟ ବିଶେଷଜ୍ଞଙ୍କ ମତରେ କଞ୍ଚାଆମ୍ବ ଖାଇଲେ ମଧ୍ୟ ତାହାର ଉତ୍ତମ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ।
ତେବେ ଜାଣନ୍ତୁ ଆମ୍ବର ଉପକାରିତା କଣ
- କଞ୍ଚା ଆମ୍ବ ଚଟଣି, କିମ୍ବା ଆଚାର ଖାଇବା ଶରୀର ପାଇଁ ହିତକାରୀ ହୋଇଥାଏ । ଗ୍ରୀଷ୍ମରେ ହେଉଥିବା ଅଂଶଘାତ ପ୍ର୍ରଭାବରୁ ଆମ୍ବ ଖାଇଲେ ରକ୍ଷା ମିଳିଥାଏ । ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ ପୋଷକତ୍ୱ ଥିବା ବେଳେ ତାହା ଶରୀରରେ ଜଳ ସ୍ତରକୁ ନିୟନ୍ତ୍ରଣ କରିପାରେ ।
- ଅମ୍ଳ ପେଟ ସମସ୍ୟା ଆଦି ଉପୁଜୁଥିଲେ କଞ୍ଚା ଆମ୍ବର ଚଟଣି କିମ୍ବା ଆଚାର ଖାଇଲେ ତାହା ଭଲ ହୋଇଥାଏ । ଫାଇବର ଭରପୁର ଏକ ଫଳ ପ୍ଲେଟ ସମସ୍ୟାରୁ ରକ୍ଷା କରେ ।
- କଞ୍ଚା ଆମ୍ବ ଖାଇଲେ ଆମ ଯକୃତ ଭଲ ଭାବେ କାମ କରିବା ସହ ଯକୃତରେ ଉତ୍ପନ୍ନ ହେଉଥିବା ବାଇଲ ଜୁସ ମଧ୍ୟ ଉତ୍ତମ ଭାବେ କାମ କରୁଥିବାର ଏକ ପରୀକ୍ଷାରୁ ଜଣାପଡ଼ିଛି ।
- ଓଜନ ନିୟନ୍ତ୍ରଣରେ ରଖିବା ସହ କୋଲେଷ୍ଟରଲ ସ୍ତରକୁ ମଧ୍ୟ କଞ୍ଚା ଆମ୍ବ ନିୟନ୍ତ୍ରଣ କରିଥାଏ ।