Odisha Link
Bridging the Missing Links in Odisha

ଆତ୍ମନିର୍ଭରଶୀଳ ହେବେ ତୃତୀୟ ଲିଙ୍ଗୀ ଓ ଆତ୍ମସମର୍ପଣ କାରୀ ମାଓବାଦୀ

ମାଲକାନାଗିରି (ସୁରଜ କୁମାର ବେହେରା) : ସମାଜରେ ତୃତୀୟ ଲିଙ୍ଗୀଙ୍କୁ ଲୋକେ ଆଡ ଆଖିରେ ଦେଖୁ ନ ଥିବା ବେଳେ ବର୍ତମାନ ସେମାନଙ୍କୁ ଥଇଥାନ କରିବା ସହ ମୁଖ୍ୟ ସ୍ରୋତରେ ସାମିଲ କରାଇବା ପାଇଁ ଅଣ୍ଟା ଭିଡିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ପରିବାର ଠାରୁ ଏବଂ ସମାଜ ଠାରୁ କୌଣସି ସାହାରା ନପାଇ ଅନେକ ତୃତୀୟ ଲିଙ୍ଗୀ ଓ ଆତ୍ମସମର୍ପଣ କାରୀ ମାଓବାଦୀ ମାନେ ବେଶାହାରା ଭାବରେ ଜୀବନ ଅତିବାହିତ କରୁଥିବା ବେଳେ ଏମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ବିଭିନ୍ନ ତାଲିମ ଦେବା ସହ ଅନ୍ୟାନ୍ୟ ସୁବିଧା ସୁଜଗ ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ ।
ସମାଜରେ ତୃତୀୟ ଲିଙ୍ଗୀ ମାନଙ୍କର ବହୁ ମାନ୍ୟତା ରହିଥିବା ବେଳେ ପୌରାଣିକ ଉପାଖ୍ୟାନ ରେ ମଧ୍ୟ ଶ୍ରୀଖଣ୍ଡୀଙ୍କ ବିଷୟରେ ଉଲ୍ଲେଖ ରହିଛି । କୁହାଯାଏ ଏମାନନଙ୍କ ଆଶ୍ରିବାଦରେ ମଧ୍ୟ ବେସ ପ୍ରଭାବ ରହିଛି, ଆଉ ଖାସ ଏଇଥି ପାଇଁ ଏହି ତୃତୀୟ ଲିଙ୍ଗୀଙ୍କୁ ବହୁ ଶୁଭ କାମରେ ଡକାଯାଇଥାଏ । ନାଚ ଗୀତ କରୀ ଏମାନେ ଦୁଇପଇସା ରୋଜଗାର କରୁଥିବା ବେଳେ ଅନ୍ୟ ସମୟରେ କିନ୍ତୁ ଏହି ତୃତୀୟ ଲିଙ୍ଗୀଙ୍କୁ ସମାଜର ମୁଖ୍ୟ ସ୍ରୋତରୁ ଦୂରେଇ ରଖାଯାଇଥାଏ । ତେବେ ଏଥିରେ ସୁଧାର ଆଣିବା ପାଇଁ ବର୍ତ୍ତମାନ ମାଲକାନଗିରି ଜିଲ୍ଲା ପ୍ରଶାସନ ଆଗଭର ହୋଇଛି । ଜିଲ୍ଲାରେ ଥିବା ୪୧ ଜଣ କିନ୍ନର ବା ତୃତୀୟ ଲିଙ୍ଗୀଙ୍କୁ ସ୍ବରୋଜଗାର କ୍ଷମ କରାଇବା ପାଇଁ ବର୍ତ୍ତମାନ ଆତ୍ମ ନିର୍ଭର ଶୀଳ ତାଲିମ ପ୍ରଦାନ କରଯାଇଛି । ପ୍ରଥମ ପର୍ଯ୍ୟାୟ ରେ ଏମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଦାନ ନିମନ୍ତେ ଆଜିଠାରୁ ଏକ ୧୫ ଦିନିଆ ତାଲିମ ଶିବିର ର ଆୟୋଜନ କରଯାଇଛି । ଏହାପରେ ଏମାନଙ୍କୁ ବିଭିନ୍ନ ସରକାରୀ ତଥା ବେସରକାରୀ ସଂସ୍ଥା ରେ ଶିକୁରୀଟି ଗାର୍ଡ ରୂପେ ନିଯୁକ୍ତି କରାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ନିସ୍ପତି ନେଇଥିବା ବେଳେ ଏହା ତୃତୀୟ ଲିଗୀଙ୍କ ମନରେ ଆଣିଦେଇଛି ଖୁସିର ଲହରୀ ।
କେବଳ ତୃତୀୟ ଲିଙ୍ଗୀ ନୁହେ ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ବହୁ ମାଓବାଦୀଙ୍କୁ ମଧ୍ୟ ଏହି ତାଲିମ ଶିବିରରେ ତାଲିମ ଦିଆଯାଉଛି । ଯାହାଦ୍ୱାରା ଉଭୟ ତୃତୀୟ ଲିଙ୍ଗୀ ଓ ଆତ୍ମସମର୍ପଣ କାରୀ ମାଓବାଦୀ ଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଛି । ଉଭୟେ ରୋଜଗାର କ୍ଷମ ହେବେ ଏବଂ ସ୍ଵାଭିମାନ ର ସହ ବଞ୍ଚିପାରିବେ ବୋଲି ଆସା ରଖିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ଏମାନଙ୍କୁ ଆଗାମୀ ଦିନରେ ସରକାରୀ ସ୍ତରରେ ଆହୁରି ଅନେକ ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ମାଲକାନଗିରି ଗୋଷ୍ଟି ଉନ୍ନୟନ ଅଧିକାରୀ ମତ ରଖିଛନ୍ତି ।
ଆଗାମୀ ଦିନରେ ସମାଜର ମୁଖ୍ୟସ୍ରୋତ ରେ ତୃତୀୟ ଲିଙ୍ଗୀ ଓ ଆତ୍ମସମର୍ପଣ କାରୀ ମାଓବାଦୀଙ୍କୁ ସାମିଲ କରାଇବା ପାଇଁ ଜିଲ୍ଲା ପ୍ରଶାସନ ର ଏଭଳି ପଦକ୍ଷେପ କୁ ବିଭିନ୍ନ ମହଲରେ ସ୍ଵଗାତ କରାଯାଇଛି ।

Comments are closed.