Odisha Link
Bridging the Missing Links in Odisha

୨୫ ଯାଏଁ ସରକାରୀ ସ୍କୁଲ ଛୁଟି: ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ବର: ରାଜ୍ୟରେ ଆସନ୍ତାକାଲିଠାରୁ ସବୁ ସରକାରୀ ସ୍କୁଲ ଖୋଲିବାର ଥିଲା। ମାତ୍ର ପ୍ରବଳ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକର ଖରା ଛୁଟି ବଢ଼ାଇ ଦେଇଛନ୍ତି। ଖରାଛୁଟି ଜୁନ୍ ୨୫ ଯାଏଁ ବଢ଼ିଛି। ଅର୍ଥାତ୍‌ ୨୬ ତାରିଖରେ ସ୍କୁଲ ଖୋଲିବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର। ସୌସୁମୀ ଆସିବାରେ ବିଳମ୍ୱ ହେଉଥିବାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି। ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଲୋକେ ଘରୁ ବାହାରି ପାରୁ ନାହାନ୍ତି। ଆଜି ରାଜଧାନୀ ଭୁବନେଶ୍ୱରରେ ପାଗ କାଉଁଳିଆ ଥିଲେ ମଧ୍ୟ ପ୍ରବଳ ଗୁଳୁଗୁଳି ହେଉଛି। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏପରିସ୍ଥିତିରେ ଛୋଟପିଲାମାନେ ସ୍କୁଲ ଯିବା ନିରାପଦ ନୁହେଁ। ସେଥିପାଇଁ ରାଜ୍ୟ ସରକାର ଖରା ଛୁଟି ବଢ଼ାଇଥିବା ଜଣାପଡ଼ିଛି। ଅପରପକ୍ଷରେ ରାଜ୍ୟର ବେସରକାରୀ ସ୍କୁଲଗୁଡ଼ିକ ଗୁଡ଼ିକ ଗତକାଲିଠୁ ଖୋଲି ଯାଇଥିବାବେଳେ ପାଠପଢା ମଧ୍ୟ ଆରମ୍ଭ ହୋଇଯାଇଛି।

Comments are closed.