Odisha Link
Bridging the Missing Links in Odisha

ରିଲିଜ୍‌ ହେଲା ‘ନଚ୍‌ ବଲିଏ’ର ପ୍ରୋମୋ

ମୁମ୍ବାଇ : ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ପପୁଲାର୍‌ ଡ୍ୟାନ୍ସ ରିଆଲିଟି ଶୋ’ ‘ନଚବଲିଏ’ ସିଜିନ୍‌ ୯ । ଏହି ଶୋ’କୁ ପ୍ରୟୋଜନା କରିବେ ସଲ୍‌ମାନ୍‌ ଖାନ୍‌ । ଚଳିତ ବର୍ଷ ଶୋ’ର ବିଷୟବସ୍ତୁ କିନ୍ତୁ ଟିକେ ହଟ୍‌କେ ରହିଛି। ଶୋ’ରେ ଏକ୍ସ କପଲ୍‌ ଡ୍ୟାନ୍ସ କରିବେ। ଏବେ ଶୋ’ର ପ୍ରୋମୋ ରିଲିଜ୍‌ କରାଯାଇଛି।
ଷ୍ଟାର୍‌ପ୍ଲସ୍‌ର ଇନଷ୍ଟାଗ୍ରାମ ପେଜ୍‌ରେ ଏହି ପ୍ରୋମୋ ଶେଆର୍‌ କରାଯାଇଛି। ପ୍ରୋମୋଟି ମଧ୍ୟ ବହୁତ ଭଲ ହୋଇଛି। ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘କସୌଟି ଜିନ୍ଦେଗୀ କି’ ରେ କୋମଲିକା ଚରିତ୍ରରେ ଅଭିନୟ କରି ଚର୍ଚ୍ଚାରେ ରହିଥିବା ଉର୍ବସୀ ଡୋଲକିୟା ପ୍ରୋମୋରେ ଦେଖିବାକୁ ମିଳିଛନ୍ତି । ଏହି ଶୋ’ଟି ଏକ୍ସ କପୁଲ୍‌ଙ୍କୁ ନେଇ ହେଉ ଥିବାରୁ ଉର୍ବଶୀଙ୍କ ଏକ୍ସ ବୟଫ୍ରେଣ୍ଡଙ୍କ ସହିତ ଡ୍ୟାନ୍ସ କରୁଥିବାର ଦେଖାଯାଉଛନ୍ତି । ଏଥିରେ ତାଙ୍କ ଡ୍ୟାନ୍ସ ପାର୍ଟନର୍‌ଙ୍କ ମୁହଁ ଲୁଚାଯାଇଛି। ଏହି ଅବସରରେ ସେ କହୁଛନ୍ତି ‘ ନଚ କେ ବାହାନେ ଟଚ୍‌ ’ । ପ୍ରୋମୋର ଶେଷ ଆଡକୁ ସଲ୍‌ମାନ୍‌ଙ୍କ ବ୍ରେସ୍‌ଲେଟ୍‌ ମଧ୍ୟ ଦେଖାଯାଉଛି।
ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଏଥର ‘ନଚ୍‌ ବଲିଏ’ରେ ଏକ୍ସ କପଲ୍‌ ଅର୍ଥାତ୍‌ ପରସ୍ପରଠୁ ଅଲଗା ହୋଇଯାଇଥିବା ଦମ୍ପତ୍ତିଙ୍କୁ ଆଣାଯାଇଛନ୍ତି। ସୂଚନା ଅନୁଯାୟୀ ଏହି ୫ଟି ଯୋଡ଼ି ମଧ୍ୟରୁ ୩ଟି ହେଉଛି ଏକ୍ସ କପଲ୍‌ଙ୍କ ଯୋଡ଼ି। ୩ଟି ଏକ୍ସ କପଲ ଯୋଡି ହେଉଛନ୍ତି ଏଲି ଗୋନି ଓ ନତାଶା ଷ୍ଟେକୋଭିକ୍, ମଧୂରିମା ତୁଲି ଓ ବିଶାଲ୍ ଆଦିତ୍ୟ ସିଂହ ଏବଂ ଅନୁଜ ସଚଦେବ୍ ଓ ଉର୍ବସୀ ଢୋଲକିୟା।

Comments are closed.