Odisha Link
Bridging the Missing Links in Odisha

୧୯ ରେ ଖୋଲିବ ବିଦ୍ୟାଳୟ

ଭୁବନେଶ୍ବର : ଆଉ ମାତ୍ର ଦିନକ ପରେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପାଠ ପଢ଼ା ଆରମ୍ଭ ହେବ। ଗିତ କିଛି ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ଓ ୧୫ଟି ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଥିବାରୁ ବିଦ୍ୟାଳୟ ଖୋଲିବା ବିଳମ୍ବ ହେବ ବୋଲି କଳ୍ପନାଜଳ୍ପନା ଲାଗି ରହିଥିଲା। ମାତ୍ର ଆଜି ରାଜ୍ୟ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରଧିକରଣ କାର୍ଯ୍ୟାଳୟରେ ରାଜ୍ୟ ପ୍ରଳ୍ପପ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସଙ୍କ ଅଧ୍ୟକ୍ଷତରେର ଅନିଷ୍ଠିତ ବୈଠକରେ ଆସନ୍ତା ୧୯ରେ ବିଦ୍ୟାଳୟ ଖୋଲିବ ବୋଲି ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯାଇଛି। ବିଦ୍ୟାର୍ଥୀଙ୍କ ସୁରକ୍ଷା ଦୃଷ୍ଟିରୁ ଫୋନି ରେ ବ୍ୟାପକ ଭାବେ ପ୍ରଭାବିତ ତଥା ବିପଦସଙ୍କୁଳ ବଅସ୍ଥାରେ ଥିବା ବିଦ୍ୟାଳୟରେ ପାଠ ପଢ଼ା ଯିବ ନାହିଁ। ଏହି ବିଦ୍ୟାଳୟର ଛାତ୍ରଛତ୍ରୀ ନିକଟରେ ଥିବା ସରକାରୀ ବିଦ୍ୟାଳୟରେ ପାଠ ପଢ଼ିବେ। ବିଦ୍ୟାଳୟର ସ୍ଥିତି ସଂକ୍ରାନ୍ତରେ ୩ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ବୈଠକରେ ସମସ୍ତ ଜିଲ୍ଲାର ଶିକ୍ଷା ଅଧିକାରୀ ଓ ସିଆରସିସି ଯୋଗ ଦେଇଥିଲେ। ବୈଠକର ନିଷ୍ପତ୍ତି କ୍ରମେ ରାଜ୍ୟରେ ୧୦ରୁ କମ୍‌ ବିଦ୍ୟାର୍ଥୀ ଥିବା ପ୍ରାଥମିକ ସ୍କୁଲ ଗୁଡିକୁ ବହନ କରାଯିବ। ୩୦ଟି ଜିଲ୍ଲାର ମୋଟ ୯୬୬ଟି ବିଦ୍ୟାଳୟକୁ ଚିହ୍ନଟ କରାଯାଇଛି। ଏହି ବିଦ୍ୟାଳୟ ଗୁଡିକ ୨୦୧୯-୨୦ ଶିକ୍ଷାବର୍ଷରେ ବନ୍ଦ କରାଯିବ। ଏହି ବିଦ୍ୟାଳୟକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇ ଦିଆଯିବ। ପାଠ ପଢ଼ୁଥିବା ଛାତ୍ରଛତ୍ରୀ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ପାଠ ପଢ଼ି ପାରିବେ। ଆବଶ୍ୟକସ୍ଥଳେ ବନ୍ଦ ହେବାକୁ ଥିବା ବିଦ୍ୟାର୍ଥୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଅଧିକ ଦୂର ବିଦ୍ୟାଳୟ ଯିବା ପାଇଁ ଯାତୟତ ଖର୍ଚ୍ଚ ପ୍ରଦାନ କରାଯିବ।
ରାଜ୍ୟରେ ଦ୍ବିତୀୟ ଶ୍ରେଶୀରୁ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତ ଶ୍ରେଶୀରେ ୨୦୧୯-୨୦ଶିକ୍ଷାବର୍ଷଠାରୁ ପାସ୍‌ ଫେଲ ବ୍ୟବସ‌୍ଥାାକୁ ଲାଗୁ କରାଯିବ। ଏହା ଦ୍ବାରା ବିଦ୍ୟାର୍ଥୀଙ୍କର ଦକ୍ଷତା ବୃଦ୍ଧି ପାଇବା ସହ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହେବ। ଶିକ୍ଷାରେ ଦୃର୍ବଳ ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ ବୃଦ୍ଧି କାର୍ଯ୍ୟକ୍ରମ ଜାରିଆରେ ୧୯ ତାରିଖରୁ ୪୦ ଦିନ ପର୍ଯ୍ୟନ୍ତ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ଏଥିପାଇଁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ପ୍ରଶିକ୍ଷଣ ଦିଆ ସରିଛି। ସମସ୍ତ ବିଦ୍ୟାଳରେ ଏହି ପ୍ରଶିକ୍ଷଣ ପାଇଁ ଆବଶ୍ୟକ ପୁସ୍ତକ ଉଜ୍ଜଳ ଓ ଉଥାନ ପୁସ୍ତକ ବିତରଣ ସରିଛି।

ବିଦ୍ୟାଳୟର ଗଣାତ୍ମକ ଶିକ୍ଷାଦାନ ସହି ପ୍ରତିଯୋଗିତା ମନୋଭାବ ସୃଷ୍ଟି କରିବା ପାଇଁ ସ୍କୁଲ ସାର୍ଟିଫିକେସନ କାର୍ଯ୍ୟକ୍ରମ ଚଳିତବର୍ଷରୁ ଆରମ୍ଭ କରାଯିବ। ଏହି ଯୋଜନାରେ ବିଦ୍ୟାଳୟ ଆବେଦନ କରିପାରିବେ। ବିଦ୍ୟାଳୟ ନିଜର ଛାତ୍ରଛାତ୍ରୀ ଯେଉଁ ବିଷୟରେ ଭଲ କରିବେ ବୋଲି କହିବେ ସେହି ବଷୟରେ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପରୀକ୍ଷା କରାଯିବ। ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ବ୍ରୋଞ୍ଜ, ରୌପ୍ୟ ଓ ସ୍ବର୍ଣ୍ଣ ମେଡାଲ ବିତରଣ କରାଯିବ।
ଛାତ୍ରଛାତ୍ରୀ ମାନଙ୍କର ବାତ୍ୟା ଭୟ ଦୂରକରି ଶୈକ୍ଷିକ ବାତାବରଣ ବୃଦ୍ଧି ପାଇଁ ଜୁନ୍‌ ୨୨ରେ ରାଜ୍ୟବ୍ୟାପୀ ଅଭିଭାବକ ଶିକ୍ଷକ ସଂଘ ବୈଠକ କରାଯିବ। ପ୍ରତି ଜିଲ୍ଲାରେ ଘରୋଇ ବିଦ୍ୟାାଳୟରେ ସରାକରୀ ସହାୟତରେ ପଢ଼ୁଥିବା ୨୫% ବିଦ୍ୟାର୍ଥୀଙ୍କୁ ଚିହ୍ନଟ କରି ୨୦୧୯-୨୦ ଶିକ୍ଷାବର୍ଷରେ ସରକାରୀ ସହାୟତା ପାଇଁ ତାଲିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।