Odisha Link
Bridging the Missing Links in Odisha

ସହିଦ ଯବାନଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୁଲୱାମାଠାରେ ସହିଦ ଓଡ଼ିଆ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେଦନା ଜଣାଇଛନ୍ତି । ଦେଶ ପ୍ରତି ସାହସୀ ଯବାନଙ୍କ ବଳିଦାନକୁ ସ୍ୟାଲୁଟ କରିଛନ୍ତି ।
ପୁଲୱାମା ଏନକାଉଣ୍ଟରରେ ସହିଦ ହୋଇଥିଲେ ଓଡିଆ ଯବାନ ଅଜିତ ସାହୁ । ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇ ସେଠାରୁ ତାଙ୍କ ମରଶରୀରକୁ ଜନ୍ମମାଟି କାମାକ୍ଷାନଗରର ବଡସୁଆଳ ଗାଁକୁ ନିଆଯିବ । ଆତଙ୍କବାଦୀଙ୍କ ଆକ୍ରମଣରେ ଜମ୍ମୁ-କଶ୍ମୀରର ପୁଲୱାମାରେ ସହିଦ୍ ହୋଇଛନ୍ତି ଢ଼େଙ୍କାନାଳ ବଡ଼ସୁଆଳ ଗାଁର ଅଜିତ ସାହୁ । ଆଜି ମୁଖ୍ୟମନ୍ତ୍ରୀ ସହ ୨୫ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ଦିଆଯିବ`।

Comments are closed.