Odisha Link
Bridging the Missing Links in Odisha

ରାଜ୍ୟର ସବୁ ଜିଲ୍ଲାର ସିଡିଏମଓଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଚିକିତ୍ସାଧିକାରୀ ଅର୍ଥାତ ସିଡିଏମଓମାନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପରାମର୍ଶ ଦେଇଛନ୍ତି । ୨ ଦିନିଆ ସିଡିଏମଓ ସମ୍ମିଳନୀକୁ ଉଦଘାଟନ କରିବା ସହ ମନ୍ତ୍ରୀ ଶ୍ରୀ ଦାସ ସିଡିଏମଓଙ୍କୁ ବହୁ ମୂଲ୍ୟବାନ ପରାମର୍ଶ ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଭିଜନ-୨୦୨୫ ପଲିସି ନେଇ ଶ୍ରୀ ଦାସ ସିଡିଏମଓଙ୍କୁ ପରାମର୍ଶ ଦେଇଛନ୍ତି । ଆଗାମୀ ୧୦୦ ଦିନ ପାଇଁ ଯୋଜନା କରିବାକୁ ମନ୍ତ୍ରୀ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି ।
ଶ୍ରୀ ଦାସଙ୍କ କହିବା ଅନୁଯାୟୀ ରାଜ୍ୟରେ ଡାକ୍ତର ସମସ୍ୟାର ସମାଧାନ ପାଇଁ ଭିନ୍ନ ଭିନ୍ନ କମିଟି ହେବ । ଏହି ପରାମର୍ଶଦାତା କମିଟି ପୃଥକ ମେଡିକାଲ କଲେଜ ପାଇଁ ଭିନ୍ନ ଭିନ୍ନ ହେବ । ଡାକ୍ତରଙ୍କୁ ଚାକିରି ପ୍ରତି ଆକର୍ଷିତ କରିବାକୁ ଖୁବଶୀଘ୍ର ନୂଆ ପଲିସି ହେବ । ସେହିପରି ଓଡ଼ିଶାକୁ ବିହାର ଲିଚୁ ଆମଦାନୀ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ। ଏନେଇ ଆବଶ୍ୟକ ପଦକ୍ଷେପ ନେବୁ। ଏବେ ନୁହେଁ, ୧୦ କିମ୍ବା ୧୫ ଦିନ ହେଲା ରୋଗ ବ୍ୟାପିଲାଣି । ଏଥିପ୍ରତି ସ୍ୱାସ୍ଥ୍ୟବିଭାଗ ସଜାଗ ରହିଛି । ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।

Comments are closed.