Odisha Link
Bridging the Missing Links in Odisha

ଏଣିକି ଅପାଠୁଆ ଚଲେଇବେ ଗାଡ଼ି, ନିୟମରେ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ: ଏଣିକି ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ପାଇଁ ବାଧ୍ୟତାମୂଳକ ନୁହେଁ ଶିକ୍ଷାଗତ ଯୋଗ୍ୟତା। କାରଣ କେନ୍ଦ୍ର ସରକାର ଏହି ନିୟମରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏହାଫଳରେ ଅଶିକ୍ଷିତ ଓ ଗରିବ ଲୋକଙ୍କୁ ଅଶେଷ ସୁବିଧା ମିଳିବ। ଆସନ୍ତୁ ଜାଣିବା ନିୟମରେ କଣ ପରିବର୍ତ୍ତନ ହୋଇଛି। ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ଲୋକଙ୍କ ରୋଜଗାରକୁ ଦୃଷ୍ଟିରେ ରଖି ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ପାଇଁ ଆବଶ୍ୟକତା ପଡ଼ୁଥିବା ବାଧ୍ୟତାମୂଳକ ନିମ୍ନତମ ଶିକ୍ଷାଗତ ଯୋଗ୍ୟତାକୁ କେନ୍ଦ୍ର ସରକାର ଉଠାଇ ଦେଇଛନ୍ତି। ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବିକ ଡ୍ରାଇଭିଙ୍ଗ ଲାଇସେନ୍ସ୍‌ ନୂତନ କରି ବନେଇବା ପାଇଁ ଆଉ ଅଷ୍ଟମ ପାସ୍‌ ଶିକ୍ଷାଗତ ଯୋଗ୍ୟତା ବାଧ୍ୟତାମୂଳକ ନୁହେଁ। ସୂଚନାଥାଉକି, ପୂର୍ବରୁ ଅଷ୍ଟମ ପାସ୍‌ ଶିକ୍ଷାଗତ ଯୋଗ୍ୟତା ଜରୁରୀ ଥିଲା। ଏହି ଅଦଳବଦଳ ବିଷୟରେ ବିଶେଷ ତଥ୍ୟ ଦେବାପାଇଁ କ୍ୟାବିନେଟ୍‌ ମନ୍ତ୍ରୀ ନୀତିନ ଗଡ଼କରି ଅଫିସିଆଲ ଓ୍ବେବସାଇଟ୍‌ ଟୁଇଟରରେ ଲେଖିଛନ୍ତି ଯେ, ସମାଜରେ କମ ପାଠପଢି ଥିବା ଓ ଗରିବ ଲୋକମାନେ ଡ୍ରାଇଭିଙ୍ଗ୍‌ କରି ରୋଜଗାର କରିବାକୁ ଚାହୁଁଛନ୍ତି। କୌଣସି ଲୋକଙ୍କ ରୋଜଗାରରେ ବାଧକ ସୃଷ୍ଟି ହେବ ନାହିଁ ସେଥିପାଇଁ ଅଷ୍ଟମ ପାସ୍‌ ଥିବା ବାଧ୍ୟତାମୂଳକ ନିୟମକୁ ସରକାର ଉଠାଇଦେଇଛନ୍ତି ବୋଲି ସେ କହିଛନ୍ତି। ଏହାସହ ଟ୍ରାନସ୍‌ପୋର୍ଟ ସେକ୍ଟରରେ ୨୨ ଲକ୍ଷରୁ ଅଧିକ ଡ୍ରାଇଭର କମ୍‌ ଅଛନ୍ତି। ଏହି ନିୟମ ବଦଳିବା ପରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ସୁଧାର ଆସିବ ବୋଲି ନୀତନ ଗଡ଼କରୀ କହିଛନ୍ତି।

କେମିତି ମିଳିବ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ୍
ଏବେଠାରୁ ଯେଉଁମାନେ ଡ୍ରାଇଭିଙ୍ଗ ଟେଷ୍ଟରେ ପାସ୍‌ କରିବେ ସେମାନଙ୍କୁ କେବଳ ଡ୍ରାଇଭିଙ୍ଗ ଲାଇସେନ୍ସ୍‌ ହିଁ ମିଳିବ। ଡ୍ରାଇଭିଙ୍ଗ ଶିକ୍ଷା ପାଇଁ ଦେଶରେ ୨ଲକ୍ଷ ସ୍କିଲ ସେଣ୍ଟର ଖୋଲାଯିବାର ଘୋଷଣା କରିଛନ୍ତି କେନ୍ଦ୍ରସରକାର। ଏହି ସ୍କିଲ ସେଣ୍ଟର ଗୁଡ଼ିକରେ ଟ୍ରେନିଙ୍ଗ୍‌ ଦେବା ସଙ୍ଗେସଙ୍ଗେ ସଡ଼କ ସୁରକ୍ଷା ନିୟମ ଶିକ୍ଷା ପ୍ରଦାନ କରାଯିବ। ସୂଚନାଥାଉକି, ହରିୟାଣା ମୁଖ୍ୟମନ୍ତ୍ରୀ ମନେହାର ଲାଲ ଖଟ୍ଟର ସଡ଼କ ପରିବହନ ମନ୍ତ୍ରୀ ନୀତନ ଗଡ଼କରୀଙ୍କୁ ବାଧ୍ୟତାମୂଳକ ଶିକ୍ଷାଗତ ଯୋଗ୍ୟତା ନିୟମ ବଦଳେଇବା ପାଇଁ ସୁପାରିଶ କରିଥିଲେ।

Comments are closed.