Odisha Link
Bridging the Missing Links in Odisha

‘ୱାନ୍‌ ନେସନ, ୱାନ୍‌ ଇଲେକସନ୍‌’ ପ୍ରସ୍ତାବକୁ ସମର୍ଥନ ଜଣାଇଲେ ନବୀନ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ସର୍ବଦଳୀୟ ବୈଠକ। ଏହି ବୈଠକରେ ମୋଦି ‘ୱାନ୍‌ ନେସନ, ୱାନ୍‌ ଇଲେକସନ୍‌’ ବିଷୟରେ ସବୁ ଦଳର ମୁଖିଆଙ୍କ ସୈ କଥାବାର୍ତ୍ତା ହୋଇଥିଲେ। ତେବେ ଏଡି ବୈଠକରେ ଆଲୋଚନା ହୋଇଥିବା ‘ୱାନ୍‌ ନେସନ, ୱାନ୍‌ ଇଲେକସନ୍‌’ ପ୍ରସ୍ତାବକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଦେଇଛନ୍ତି। ଏହାସହ ଅହିଂସାକୁ ସମ୍ବିଧାନ ମୁଖବନ୍ଧରେ ସାମିଲ କରିବାକୁ ନବୀନ ପ୍ରସ୍ତାବ ଦେଇଛନ୍ତି। ଏତଦବ୍ୟତୀତ ବୈଠକରେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉପରେ ଆଲୋଚନା ହେବା ସହ ଉପବାଚସ୍ପତି ସଂପର୍କରେ ବୈଠକରେ ଆଲୋଚନା ହୋଇନଥିବା ନବୀନ କହିଛନ୍ତି।

Comments are closed.