Odisha Link
Bridging the Missing Links in Odisha

ଘର କାନ୍ଥରୁ ୪୫ ନାଗ ଛୁଆ ଉଦ୍ଧାର

ଭଦ୍ରକ : ଭଦ୍ରକ ଗ୍ରମାଞ୍ଚଳ ଥାନା ହାତୀ ସାହିରେ ଦେଖାଦେଇଛି ଏମିତି ସାପ ଆତଙ୍କ । ଦୁଇ ନାଗୁଣୀଙ୍କ ସହ ୪୫ ନାଗ ଛୁଆ ଉଦ୍ଧାର ହୋଇଛନ୍ତି । ହାତୀ ସାହିର ସୁରେଶ ରାଉତଙ୍କ ଘର କାନ୍ଥରେ ଏହି ସାପ ବହୁ ଦିନରୁ ରହିଥିଲେ । ଘରେ ତାଙ୍କ ଝିଅ ଶୋଇଥିବା ବେଳେ ଗୋଟିଏ ସାପ ଗୋଡ ଉପରେ ଚାଲିଯାଇଥିଲା । ଫଳରେ ଘରେ ସାପ ଦେଖି ପରିବାର ଲୋକେ ଭୟଭୀତ ହୋଇ ପଡିଥିଲେ ।
ସାପ ଧରିବାକୁ ମିର୍ଜା ଆରିଫ ନାମକ ଜଣେ ସାପ ଧରାଳିଙ୍କୁ ଖବର ଦିଆଯାଇଥିଲା । ମିର୍ଜା ଘଟଣାସ୍ଥଳରେ ପହଞ୍ଚି ସାପ ଖୋଜିଥିଲେ । କିନ୍ତୁ ଯାହା ଦେଖିବାକୁ ମିଳିଲା ତାହା ତାଜୁବ କଲାଭଳି । କାରଣ ଯେତେ ଧରୁଥିଲେ ସେତେ ଅଧିକ ସାପ ଦେଖିବାକୁ ମିଳଥିଲେ ସୁରେଶଙ୍କ କାନ୍ଥରେ ।
ଏଭଳି ଘଟଣା ପ୍ରଘଟ ପରେ ସାପ ଦେଖିବାକୁ ଲୋକଙ୍କ ଭିଡ ଲାଗିଯାଇଥିଲା । ବେଶ୍ କିଛି ସମୟ କସରତ ପରେ ୨ଟି ନାଗୁଣୀ ସହ ୪୫ଟି ନାଗ ଛୁଆ ଉଦ୍ଧାର କରାଯାଇଥିଲା । ଏତେ ସଂଖ୍ୟକ ସାପକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

Comments are closed.