Odisha Link
Bridging the Missing Links in Odisha

ଓଡ଼ିଶା କଲ୍‌ଚରାଲ୍‌ ସର୍କଲ ଅଧ୍ୟକ୍ଷ ହେଲେ ଜେକେ ମହାନ୍ତି

ଭୁବନେଶ୍ବର: ହାରୋର ଅଧ୍ୟକ୍ଷ ତଥା ସ୍ବସ୍ତି ଗ୍ରୁପ୍‌ ସିଏମ୍‌ଡି ଜେକେ ମହାନ୍ତି ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା କଲ୍‌ଚରାଲ୍‌ ସର୍କଲ(ଓସିସି)ର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ୨୦୧୪ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନର ପ୍ରଥମ ଅଧ୍ୟକ୍ଷ ଭାବେ ସ୍ବର୍ଗତ ଅମୀୟ ପଟ୍ଟନାୟକ ଦାୟିତ୍ବ ତୁଲାଇଥିଲେ। ଅନୁଷ୍ଠାନ ଓଡ଼ିଶାର ଲୋକ ନୃତ୍ୟ ଓ ସଙ୍ଗୀତକୁ ଅଧିକ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ବାହାରେ ତଥା କଲେଜ କ୍ୟାମ୍ପସ୍‌ରେ ତାହାକୁ ପରିବେଷଣ କରି ଏକ ଭିନ୍ନ ପରିଚୟ ସୃଷ୍ଠି କରିଛି। ଏହା ସହ ରାଜ୍ୟରେ ସାମାଜିକ ଓ ସାଂସ୍କୃତିକ ଦୁନିଆରେ ଅନୁଷ୍ଠାନ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ଆଗାମୀ ଦିନରେ ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ଦିଗରେ ଓଡ଼ିଶା କଲ୍‌ଚରାଲ୍‌ ସର୍କଲ ଅଗ୍ରଣୀ ଭୂମିକା ନେବ ବୋଲି ଅଧ୍ୟକ୍ଷ ଶ୍ରୀ ମହାନ୍ତି କହିଛନ୍ତି।

Comments are closed.