Odisha Link
Bridging the Missing Links in Odisha

ମୋଟର ପାର୍ଟସ୍ ଗୋଦାମରେ ଲାଗିଲା ନିଆଁ

ବଡବିଲ : ମୋଟର ପାର୍ଟସ୍ ଗୋଦାମରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ପାର୍ଟସ୍ ପୋଡ଼ି ପାଉଁଶ ହୋଇଯାଇଛି । ଯୋଡା ଥାନା କମାରଯୋଡାରେ ଥିବା ରାଜା ପାର୍ଟସ୍ ଗୋଦାମରେ ଗତକାଲି ରାତିରେ ଅଗ୍ନିକାଣ୍ଡ ହୋଇଥିଲା । ନିଆଁ ବ୍ୟାପିବାର ଦେଖି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଦୁଇଟି ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ ଆୟତ୍ତ ହେବା ବେଳକୁ ଲକ୍ଷାଧିକ ଟଙ୍କାର ମୋଟର ପାର୍ଟସ୍ ପୋଡି ପାଉଁଶ ହୋଇସାରିଥିଲା । ସର୍ଟ ସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା ବୋଲି ଦୋକାନ ମାଲିକ ଆମଦ୍ ରାଜା କହିଛନ୍ତି ।

Comments are closed.