ଆଜିଠୁ ଖୋଲିଲା ରାଜ୍ୟର ସମସ୍ତ ବିଦ୍ୟାଳୟ

ଭୁବନେଶ୍ବର : ଖରା ଦିନ ଛୁଟି ପରେ ଆଜିଠୁ ଖୋଲିଛି ରାଜ୍ୟର ସମସ୍ତ ବିଦ୍ୟାଳୟ । ଲମ୍ବା ଛୁଟି ପରେ ପ୍ରଥମ ଦିନରେ ସ୍କୁଲ ଯିବାକୁ ପିଲାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଆଗ୍ରହ । ପ୍ରଥମେ ଜୁନ୍ ୧୮ ଯାଏ ଗ୍ରୀଷ୍ମ ଛୁଟି ଘୋଷଣା ହୋଇଥିଲା । ଖରାକୁ ଦେଖି ଆସନ୍ତା ୨୫ ତାରିଖ ଯାଏଁ ବିଦ୍ୟାଳୟ ଗୁଡିକୁ ଛୁଟି ଘୋଷଣା କରିଥିଲେ ସରକାର । ତେବେ ପାଗରେ ପରିବର୍ତ୍ତନ ଯୋଗୁଁ ରାଜ୍ୟ ସରକାର ନିଷ୍ପତ୍ତି ବଦଳାଇ ଦେଇଥିଲେ । ବର୍ତ୍ତମାନ ପାଗ ଅନୂକୁଳ ଥିବାରୁ ଆଜିଠୁ ସବୁ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ସମସ୍ତ ସରକାରୀ ବିଦ୍ୟାଳୟ ସମେତ ଅନୁଦାନପ୍ରାପ୍ତ, ଘରୋଇ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଆଜିଠାରୁ ହିଁ କ୍ଲାସ ଆରମ୍ଭ ହୋଇଛି । ସରକାରୀ ବିଦ୍ୟାଳୟ ଗୁଡ଼ିକରେ ପୂର୍ବଭଳି ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଠପଢ଼ା ଚାଲିବ। ଘରୋଇ ବିଦ୍ୟାଳୟ ଗୁଡ଼ିକରେ ପୂର୍ବ ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀ କ୍ଲାସ କରିବେ।