Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର : ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଯୁକ୍ତ ଦୁଇ କଳା ପରୀକ୍ଷାରେ ପାଶ ହାର ୬୫.୮୯% ଥିବାବେଳେ ବାଣିଜ୍ୟରେ ପାଶ ହାର ୭୦.୨୬% ରହିଛି ।
ଚଳିତ ବର୍ଷ ୨ ଲକ୍ଷ ୩୧ ହଜାର ୧୫୦ ଜଣ ପରୀକ୍ଷାର୍ଥୀ ଯୁକ୍ତ ଦୁଇ କଳା ପରୀକ୍ଷା ଦେଇଥିବାବେଳେ ୧ ଲକ୍ଷ ୫୨ ହଜାର ୩୨୩ ଜଣ ପାଶ କରିଛନ୍ତି । କଳାରେ ୫୭୪୪୨ ଜଣ ଛାତ୍ର ଓ ୯୪୮୮୧ ଜଣ ଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୧୮୭୭୩ ଜଣ ପାଶ କରିଥିବାବେଳେ ଦ୍ୱିତୀୟ ଶ୍ରେଣୀରେ ୨୨୯୪୪ ଓ ତୃତୀୟ ଶ୍ରେଣୀରେ ୧ ଲକ୍ଷ ୧୦ ହଜାର ୪୫୧ ଜଣ ପାଶ କରିଛନ୍ତି । ବାଲେଶ୍ୱରର ପାଶ ହାର ସର୍ବାଧିକ ୭୫.୬୭% ଥିବାବେଳେ ନବରଙ୍ଗପୁରରେ ସର୍ବନିମ୍ନ ୪୭.୪୬% ରହିଛି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି । ଭୁବନେଶ୍ୱର ଜୟଦେବ ଭବନ ପରିସରରେ ଥିବା ଗୀତଗୋବିନ୍ଦ ସଦନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ।

ପରୀକ୍ଷାର୍ଥୀମାନେ ‘www.chseodisha.nic.in’ ଓ ‘www.orissaresults.nic.in’ ମାଧ୍ୟମରେ ସେମାନଙ୍କର ରେଜଲ୍ଟ ଜାଣିପାରିବେ । ରେଜଲ୍ଟ ଜାଣିବା ଲାଗି ପରୀକ୍ଷାର୍ଥୀଙ୍କୁ ରୋଲ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବରର ଆବଶ୍ୟକତା ରହିଛି । ୱେବସାଇଟରେ ଉଭୟ ନମ୍ବର ଦାଖଲ ନ କଲେ ପରୀକ୍ଷା ଫଳ ବାହାରିବ ନାହିଁ ବୋଲି ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Comments are closed.