Odisha Link
Bridging the Missing Links in Odisha

ପୋଲିସ କର୍ମଚାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

ବ୍ରହ୍ମପୁର : ପୋଲିସ କର୍ମଚାରୀଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବ୍ରହ୍ମପୁର ଅନନ୍ତ ନଗରରେ । ଘରେ କେହି ନଥିବାର ସୁଯୋଗ ନେଇ କବାଟ ଭାଙ୍ଗି ସୁନା ସହ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ବ୍ରହ୍ମପୁର ଅନନ୍ତ ନଗରରେ ଜଣେ ପୋଲିସ କର୍ମଚାରୀଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଲୁଟେରାମାନେ ଘରେ ପଶି କଳାକନା ବୁଲାଇ ଦେଇଛନ୍ତି । ଘରର କବାଟ ଭାଙ୍ଗି ପାଖାପାଖି ୮ ଭରି ସୁନା ସହ ନଗଦ ୨ ଲକ୍ଷ ଟଙ୍କା ଚୋରି ହୋଇଛି । ଏ ନେଇ ପୋଲିସ କର୍ମଚାରୀଙ୍କ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏ ପର୍ଯ୍ୟନ୍ତ ଲୁଟେରାମାନଙ୍କର କୌଣସି ପତ୍ତାମିଳିନାହିଁ ।

Comments are closed.