Odisha Link
Bridging the Missing Links in Odisha

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ରାଜ୍ୟସ୍ତରୀୟ ବୈଠକ ଆରମ୍ଭ

ଭୁବନେଶ୍ୱର : ଓଡିଶାକୁ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ମାଡିଆସି ବହୁ ଧନ ଜୀବନ ନଷ୍ଟ କରି ଦେଉଛି। ଏହାର ମୁକାବିଲା କରିବା ପାଇଁ ରାଜ୍ୟସ୍ତରୀୟ ବୈଠକ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବୈଠକ ଜାରି ହୋଇଛି । ମୌସୁମୀ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ସେହି ବୈଠକରେ ଆଲୋଚନା ହେଉଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଗତକାଲି ଓଡ଼ିଶା ଛୁଇଁଚି ମୌସୁମୀ । ଏହା ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Comments are closed.