Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପ୍‌ ୨୦୧୯: ଭାରତ-ଆଫଗାନିସ୍ତାନ ମୁକାିବଲା ଆଜି

ସାଉଥାମ୍ପଟନ୍: କ୍ରକେଟ ମହାକୁମ୍ଭ ୨୦୧୯ର ୨୮ତମ ମ୍ୟାଚ୍‌ ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ସାଉଥଟମ୍ପନ ରୋଜ୍‌ ବୋଲ୍‌ରେ ଏହି ମ୍ୟାଚ ଖେଳାଯିବ। ବିଜୟର ଧାରାକୁ ବଜାୟ ରଖିବା ଲକ୍ଷ୍ୟ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ । ବିଶ୍ୱକପ ଅଭିଯାନରେ ଭାରତ ତାର ପଞ୍ଚମ ମ୍ୟାଚରେ ଅନଭିଜ୍ଞ ଆଫଗାନିସ୍ତାନକୁ ଭେଟିବ। ଚମତ୍କାର ଫର୍ମରେ ଥିବା ଟିମ୍ ଇଣ୍ଡିଆ ବିଜୟଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ତେବେ ଗତକାଲି ଅଭ୍ୟାସ ବେଳେ ବର୍ଷା ହୋଇଥିବାରୁ ଆଜିର ମ୍ୟାଚ ମଧ୍ୟ ବର୍ଷାବାଧିତ ହେବାର ଆଶଙ୍କା ରହିଛି। ପଡିଆ ଭିତରେ ଦୁର୍ବଳ ପ୍ରଦର୍ଶନ କରୁଥିବା ଆଫଗାନିସ୍ତାନ ଭାରତକୁ କଡା ଟକ୍କର ଦେବାକୁ ଉଦ୍ୟମ କରିବ। ଆଜିର ମ୍ୟାଚରେ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ମହମ୍ମଦ ସାମି ଖେଳିବା ପ୍ରାୟ ଏକ ପ୍ରକାର ନିଶ୍ଚିତ। ସେହିପରି ଆହତ ହୋଇଥିବା ବିଜୟ ଶଙ୍କର ମ୍ୟାଚ ନ ଖେଳିଲେ ରିଷଭ ପନ୍ଥଙ୍କୁ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି। ବିଶ୍ୱକପର ଅନ୍ୟ ଏକ ମ୍ୟାଚରେ ଆଜି ୱେଷ୍ଟଇଣ୍ଡିଜ ଓ ଅନ୍ୟତମ ଅପରାଜୟ ଦଳ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ।

Comments are closed.