Odisha Link
Bridging the Missing Links in Odisha

୨ ବର୍ଷରେ ୧ ଲକ୍ଷ କେନ୍ଦ୍ର ସରକାରୀ ନିଯୁକ୍ତି ମିଳିବ

ନୂଆଦିଲ୍ଲୀ: ଦେଶରେ ଲାଗି ରହିଥିବା ବେକାରୀ ସମସ୍ୟାକୁ କିଛି ମାତ୍ରାରେ କମାଇବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ସରକାର ନୂଆ ନିଯୁକ୍ତି ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି ବୋଲି ବିରୋଧୀ ଦଳମାନେ କହୁଥିବାବେଳେ ସରକାର ଆଜି କହିଛନ୍ତି ଯେ କେନ୍ଦ୍ର ସରକାରୀ ବିଭାଗ ଗୁଡ଼ିକରେ ମୋଟ ୬.୮୪ ଲକ୍ଷ ଖାଲି ପଦବୀ ରହିଛି । ୨୦୧୯ ଓ ୨୦୨୦ରେ ଷ୍ଟାଫ ସିଲେକ୍ସନ କମିସନ ମାଧ୍ୟମରେ ୧,୦୩,୨୬୬ଟି ପଦବୀ ପୂରଣ କରାଯିବାର ଯୋଜନା ରହିଛି ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି ।


ଆଜି ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର କାର୍ମୀକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ୨୦୧୮ ମାର୍ଚ୍ଚ ସୁଦ୍ଧା କେନ୍ଦ୍ର ସରକାରୀ ବିଭାଗଗୁଡ଼ିକରେ ମୋଟ ମଞ୍ଜୁରୀପ୍ରାପ୍ତ ୩୮.୦୨ ଲକ୍ଷ ପଦବୀ ମଧ୍ୟରୁ ୩୧.୧୮ଟି ପୂରଣ ରହିଛି ଓ ଅବଶିଷ୍ଠ ୬.୮୪ ଲକ୍ଷଟି ପଦବୀ ଖାଲି ରହିଛି । କର୍ମଚାରୀଙ୍କ ମୃତ୍ୟୁ, ଅବସର, ପଦୋନ୍ନତି ଆଦି କାରଣରୁ ସରକାରୀ ବିଭାଗରେ ପଦବୀ ଖାଲି ରହେ । ତେବେ ଏସବୁ ଖାଲି ପଦବୀ ଗୁଡ଼ିକୁ ନିୟମିତ ଭାବେ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ମାଧ୍ୟମରେ ପୂରଣ କରାଯାଉଛି । ୨୦୧୯ ଓ ୨୦୨୦ରେ ଷ୍ଟାଫ ସିଲେକ୍ସନ କମିସନ ମାଧ୍ୟମରେ ୧,୦୩,୨୬୬ଟି ପଦବୀ ପୂରଣ କରାଯିବାର ଯୋଜନା ରହିଛି ବୋଲି ଶ୍ରୀ ସିଂ କହିଛନ୍ତି।

Comments are closed.