Odisha Link
Bridging the Missing Links in Odisha

ଏବେ ଯାତ୍ରୀମାନଙ୍କ ସୁବିଧା ପାଇଁ ଏହି ଟ୍ରେନଗୁଡ଼ିକୁ ଚଲାଇବ ପ୍ରାଇଭେଟ୍ କମ୍ପାନୀ

ନୂଆଦିଲ୍ଲୀ : କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର କିଛି ରାସ୍ତାରେ ଯାତ୍ରୀବାହୀ ଟ୍ରେନକୁ ଚଲାଇବାର ଦାୟିତ୍ବ ପ୍ରାଇଭେଟ୍ କମ୍ପାନୀକୁ ଦେବା ପାଇଁ ବିଚାର କରିଛନ୍ତି। ଏହି ଯୋଜନାକୁ ସରକାର ୧୦୦ଦିନର ଏଜେଣ୍ଡାରେ ମଧ୍ୟ ସାମିଲ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ବେଙ୍ଗାଲୁରୁ-ଚେନ୍ନାଇ,ଅହମଦାବାଦ-ମୁମ୍ବାଇ ଏବଂ କେରଳର ତ୍ରିଭେନ୍ଦ୍ରମ-କନ୍ନୁର ରାସ୍ତାକୁ ମଧ୍ୟ ସାମିଲ କରାଯିବାକୁ ଯୋଜନା ରହିଛି। ଏହି ସମସ୍ତ ରାସ୍ତା ୫୦୦କିମି ଦୂରତାରେ ଆସିଥାଏ। ଏହା ପୂର୍ବରୁ ସିଏନବିସି ଆଓ୍ବାଜ ତରଫରୁ ଶତାବ୍ଦୀ ଏବଂ ରାଜଧାନୀ ଭଳି ପ୍ରିମିୟମ୍ ଟ୍ରେନର ନିଯୋଗ ମ୍ୟକ୍ତିଗତ ହାତକୁ ପ୍ରଦାନ କରାଯାଇଥାଏ। ରେଳ ମନ୍ତ୍ରାଳୟ ଏହାର ଯୋଜନା ପ୍ରସ୍ତୁତ କରୁଛି। ଯାତ୍ରୀଙ୍କୁ ଉପଯୁକ୍ତ ସୁବିଧା ଯୋଗାଇବା ପାଇଁ ରେଳ ମନ୍ତ୍ରାଳୟ ଏହି ଯୋଜନା ପ୍ରସ୍ତୁତ କରିଛି। ଏହିପରିଭାବେ ରେଲଓ୍ବେର ଖର୍ଚ୍ଚ ବଞ୍ଚିବ ଏବଂ ଏହା ଦ୍ବାରା ଯାତ୍ରୀଙ୍କୁ ମଧ୍ୟ ଉତ୍ତମ ସୁବିଧା ମିଳିବ। ଟ୍ରେନର ଘରୋଇକରଣର ଆରମ୍ଭ ଶତାବ୍ଦୀ ଏବଂ ରାଜଧାନୀ ଟ୍ରେନରୁ ହେବ। ରେଲଓ୍ବେ ଅନୁସାରେ ଟ୍ରେନଗୁଡ଼ିକର ଘରୋଇକରଣ ଦ୍ବାରା ଯାତ୍ରୀଙ୍କ ସୁବିଧା ବଢ଼ିବ। ନରେନ୍ଦ୍ର ମୋଦି ସରକାର କ୍ଷମତାରେ ଫେରିବା ପ​‌ରେ ରେଲଓ୍ବେ ପ୍ରସ୍ତୁତ କରିଥିବା ଏହି ପ୍ଲାନରେ ପ୍ରିମିୟମ୍ ଟ୍ରେନକୁ ଅନୁମତି ଦେବାର ଯୋଜନା ମଧ୍ୟ ସାମିଲ କରିଛି। ଘରୋଇ କମ୍ପାନୀର ଚୟନ ଟେଣ୍ଡର ପ୍ରକ୍ରିୟା ଜରିଆରେ କରାଯିବ। ରେଳ ମନ୍ତ୍ରାଳୟ ଏହି କମ୍ପାନୀଗୁଡ଼ିକୁ ଅନୁମତି ଜାରି କରିବ। କିନ୍ତୁ ରେଳ ଡବା ଏବଂ ଇଞ୍ଜିନର ଦାୟିତ୍ବ ରେଲଓ୍ବେର ହେବ, କର୍ମଚାରୀ ସମେତ ସୁବିଧାଗୁଡ଼ିକର ଜିମା ବ୍ୟକ୍ତିଗତ କମ୍ପାନୀ ଉପରେ ନ୍ୟସ୍ତ ରହିବ। ରେଲଓ୍ବେ ବୋର୍ଡ଼ ଯୋଜନା ପାଇଁ ଚିଠା ପ୍ରସ୍ତତ କରୁଛି। ଭଡ଼ାର ଉପର ସୀମା ରେଲଓ୍ବେ ସ୍ଥିର କରିବ। କମ୍ପାନୀ ସ୍ଥିର କରିଥିବା ଭଡ଼ାରୁ ଅଧିକ ଆଦାୟ କରିପାରିବ ନାହିଁ।
ଆଗରୁ ଅନୁମାନ କରାଯାଉଥିଲା ଯେ ରେଲଓ୍ବେକୁ ଟେନର ଘରୋଇକରଣ କରିବା ପାଇଁ ରେଗୁଲେଟର କରିବା ଆବଶ୍ୟକ ହେବ। କିନ୍ତୁ ଏବେ ରେଲଓ୍ବେ ଯେଉଁଭଳି ଇଶାରା ଦେଉଛି ସେଥିରୁ ଲାଗୁଛି ଯେ ରେଗୁଲେଟର ନିଯୁକ୍ତି କରିବା ପୂର୍ବରୁ ମଧ୍ୟ ଏହି ଯୋଜନାକୁ ଲାଗୁ କରାଯାଇପାରିବ।

Comments are closed.