Odisha Link
Bridging the Missing Links in Odisha

ରାଜ୍ୟସଭା ପ୍ରାର୍ଥୀପତ୍ର କାଏମ

ଭୁବନେଶ୍ୱର: ରାଜ୍ୟସଭାର ୩ଟି ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ୩ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ ରହିଛି । ବିଜେଡିର ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ବେଳେ ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ଅନ୍ୟପକ୍ଷରେ ଯାଞ୍ଚ ପରେ ନିଜର ପ୍ରାର୍ଥିପତ୍ର କାଏମ ରହିଥିବା ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ତେବେ ରାଜ୍ୟସଭାର ୩ଟି ଆସନ ପାଇଁ ୩ ଜଣ ପ୍ରାର୍ଥିପତ୍ର ଦାଖଲ କରିବା ଓ ସେମାନଙ୍କ ନାମାଙ୍କନପତ୍ର କାଏମ ରହିବା ପରେ ସମ୍ପୃକ୍ତ ୩ ଜଣ ନିଶ୍ଚିତ ବିଜୟୀ ହେବା ନେଇ ସ୍ପଷ୍ଟ ହୋଇଯାଇଛି ।
ଗତ ୨୪ ତାରିଖ ଦିନ ବିଜେଡିର ୨ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏବଂ ବିଜେପି ପ୍ରାର୍ଥୀ ବିଜେପି ବିଧାୟକ ଓ ନେତାଙ୍କ ଗହଣରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ।

Comments are closed.