Odisha Link
Bridging the Missing Links in Odisha

ଟ୍ରିଟମେଣ୍ଟ ବଦଳରେ ଟିକ୍‌ଟକ, ଭାଇରାଲ ହେଲା ଭିଡ଼ିଓ

ମାଲକାନିଗିିରି (ସୁରଜ ବେହେରା): ଟିକ୍‌ଟକ ମାୟାରେ ବାୟା। ପିଲା ଠାରୁ ବୁଢ଼ାଯାଏଁ ସମସ୍ତେ ଟିକଟକ ପାଇଁ ପାଗଳ। ଟିକଟକ ମାୟାରୁ ବର୍ତ୍ତି ପାରିଲେନି କାର୍ଯ୍ୟରତ ନର୍ସ। ଚିକିତ୍ସା ଛାଡ଼ି ଟିକଟକ୍ ଭିଡ଼ିଓ ସୁଟ କରିବାରେ ଲାଗିଲେ ମାଲକାନଗିରିର ନର୍ସ । ଟ୍ରିଟମେଣ୍ଟ ବଦଳରେ ଟିକଟକ ଭିଡିଓ। ସାରା ଦେଶରେ ଏବେ ଟିକଟକକୁ ନେଇ ଯୁବପିଢୀଙ୍କ କ୍ରେଜ ଲାଗିରହିଥିବା ବେଳେ ମାଲକାନଗିରି ଜିଲ୍ଲାରୁ ଟିକଟକକୁ ନେଇ ଆସିଛି ଏକ ଅଭାବନୀୟ ଚିତ୍ର ।ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଏସଏନସିୟୁ ବିଭାଗରେ ଡ୍ୟୁଟିରେ ଥିବା ନର୍ସ ମାନେ ଏକ ଟିକ୍‌ଟକ କରି ଅପଲୋଡ଼ କରିଛନ୍ତି। ୩ ଜଣ ନର୍ସଙ୍କୁ ଏହି ଭିଡିଓରେ ଦେଖିବାକୁ ମିଳିଛି ।

 

ପୃଷ୍ଟିହୀନ ଏବଂ ଗୁରୁତର ଶିଶୁ ଏସଏନସିୟୁରେ ଚିକିତ୍ସା କରାଯାଇଥାଏ। ଏବଂ ସେଠାରେ ଦିନ ରାତି ନର୍ସ ମାନେ ଡ୍ୟୁଟି କରିଥାନ୍ତି। ତେବେ ଡ୍ୟୁଟି ଛାଡି ଟ୍ରିଟମେଣ୍ଟ ବଦଳରେ ଟିକଟକ କରିବା କେତେଦୁର ଯୁକ୍ତିଯୁକ୍ତ ତାକୁ ନେଇ ପ୍ରଶ୍ନ ଉଠିଛି। ଏହି ଭିଡିଓଟି ଭାଇରାଲ ହେବା ପରେ ୩ ଜଣଙ୍କୁ ନର୍ସଙ୍କୁ ସିଡିଏମଓଙ୍କ ନିକଟରେ ଫେରାଦ ହେବା ଲାଗି ନିର୍ଦ୍ଦେଶ ରହିଛି।

Comments are closed.