Odisha Link
Bridging the Missing Links in Odisha

ଶହୀଦଙ୍କ ପରିବାରକୁ ସାକ୍ଷାତ କଲେ ଅମିତ ଶାହା

ନୂଆଦିଲ୍ଲୀ: ଆଜି ଜମ୍ମୁ କଶ୍ମୀର ଗସ୍ତରେ ଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ପ୍ରଥମ ଦିନ ଗସ୍ତରେ ହିଁ ଅମିତ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୧ ତାରିଖରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରାର ସୁରକ୍ଷା ବ୍ୟବସ୍ଥା ଏକଦମ ଠିକ୍ ଭାବରେ ହେବା ଦରକାର ବୋଲି ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ଆଜି ଅମିତ ଶାହା ବାବା ବର୍ଫାନୀଙ୍କ ଦର୍ଶନ କରିପାରନ୍ତି ବୋଲି ସୂଚନା ରହିଛି। ତେବେ ବର୍ତ୍ତମାନ ଅମିତ ଶାହା ଶହୀଦ ଯବାନ ଅରସଦ ଖାନଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ସାକ୍ଷାତ କରିଥିବା ସୂଚନା ରହିଛି। ଜୁନ ୧୨ ତାରିଖରେ ଅନନ୍ତନାଗରେ ହୋଇଥିବା ଆତଙ୍କୀ ହାମଲାରେ ଶହୀଦ ହୋଇଥିଲେ ଅରସଦ। ସେ ଅନନ୍ତନାଗ ସଦରର ଏସଏଚଓ ରୂପେ କାର୍ଯ୍ୟ କରୁଥିଲେ। ଏହି ହାମଲା ପଛରେ ଅଲ-ଉମର-ମୁଜାହିଦ୍ଦିନ ନାମକ ଆତଙ୍କୀ ସଂଗଠନ ହାତ ରହିଥିଲା। ତେବେ କଶ୍ମୀରରେ ରହୁଥିବା ପାକିସ୍ତାନୀ ଆତଙ୍କବାଦୀ ମୁସ୍ତାକ ଅହମ୍ମଦ ଜରଗର ଏହି ସଂଗଠନର ମୁଖିଆ ବୋଲି ଜଣାପଡିଥିଲା।

Comments are closed.