Odisha Link
Bridging the Missing Links in Odisha

ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଉପରେ ଆଲୋଚନା : ବିଧାନସଭା ଅଧିବେଶନ

ଭୁବନେଶ୍ବର : ଆଜି ପ୍ରଶ୍ନକାଳରେ ବିଭିନ୍ନ ବିଭାଗ ଉପରେ ସରଗରମ ଆଲୋଚନା ହୋଇଥିଲା । ପ୍ରଥମେ ରାଜସ୍ବ ବିଭାଗ ଉପରେ ପ୍ରଶ୍ନୋତ୍ତର କର୍ଯ୍ୟକ୍ରମ ହୋଇଥିଲା । ରାଜ୍ୟରେ ଖାଲି ଥିବା ଆରଆଇ ଓ ଅମୀନ ପଦ ନେଇ ଉତ୍ତର ରଖିଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି । ସେହିଭଳି ଏକ ନିର୍ଦ୍ଧିଷ୍ଟ ପ୍ରଶ୍ନରେ ଉତ୍ତର ରଖିଥିଲେ ଯୋଜନା ଓ ସମନ୍ବୟ ମନ୍ତ୍ରୀ ପଦ୍ମନାଭ ବେହେରା । ଦାରିଦ୍ର୍ୟ ସୀମାରେଖା ଥିବା ଲୋକଙ୍କ ସଂଖ୍ୟା କମିଥିବା ସେ ସୂଚନା ଦେଇଛନ୍ତି ।

୨୦୦୪-୦୫ରେ ଦାରିଦ୍ର୍ୟ ସୀମାରେଖା ଥିବା ଲୋକଙ୍କ ସଂଖ୍ୟା ୨ କୋଟି ୨୧ ଲକ୍ଷ ୬୦ ହଜାର ଥିବା ବେଳେ ୨୦୧୨-୧୩ରେ ୧ କୋଟି ୩୮ ଲକ୍ଷ ୫୩ ହଜାର ରହିଛି । ଯାହା ୨୪.୬୧ ପ୍ରତିଶତ ହ୍ରାସ ପାଇଛି । ସେହିପିରି ମୁଣ୍ଡ ପିଛା ମାସିକ ଖର୍ଚ୍ଚ ବଢିଛି । ୨୦୦୪-୦୫ରେ ଗ୍ରାମାଞ୍ଚଳରେ ମୁଣ୍ଡ ପିଛା ଖର୍ଚ୍ଚ ୪୦୭ ଟଙ୍କା ଥିଲା । ୨୦୧୧-୧୨ରେ ଏହା ବଢି ୬୯୫ ଟଙ୍କା ହୋଇଛି ।୨୦୦୪-୦୫ରେ ସହରାଞ୍ଚଳରେ ମୁଣ୍ଡ ପିଛା ଖର୍ଚ୍ଚ ୪୯୭ ଟଙ୍କା ଛିବା ବେଳେ ୨୦୧୧-୧୨ରେ ଏହା ବଢି ୮୬୧ ଟଙ୍କା ହୋଇଛି ।

Comments are closed.