Odisha Link
Bridging the Missing Links in Odisha

ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ବଢାଇବାକୁ ଗୃହମନ୍ତ୍ରୀଙ୍କ ପ୍ରସ୍ତାବ, କଂଗ୍ରେସର ବିରୋଧ

ନୂଆଦିଲ୍ଲୀ: ଆଜି ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହା ଜମ୍ମୁ-କାଶ୍ମୀରର ସ୍ଥିତି ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ସେ ଜମ୍ମୁ କଶ୍ମୀରରେ ରାଷ୍ଟ୍ରପତି ଶାସନକୁ ଆଉ ଛଅ ମାସ ବଢାଇବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ନିଜର ବକ୍ତବ୍ୟରେ ଶାହା କହିଛନ୍ତି ଯେ ରାଷ୍ଟପତିଙ୍କ ଶାସନ ସମୟରେ ଘାଟିରେ ଆତଙ୍କବାଦ ବିରୋଧରେ ଜିରୋ ଟଲରେନ୍ସ ନୀତି ଗ୍ରହଣ କରାଯାଇଛି। ଅନେକ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ପଞ୍ଚାୟତ ନର୍ବାଚନ ହୋଇ ନଥିଲା। ଗୋଟିଏ ବର୍ଷ ମଧ୍ୟରେ ନିର୍ବାଚନ କରାଗଲା। ଅନ୍ୟପଟେ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନକୁ ଆଉ ଛଅ ମାସ ପର୍ଯ୍ୟନ୍ତ ବଢାଇବା ପ୍ରସ୍ତବାକୁ କଂଗ୍ରେସ ତିବ୍ର ବିରୋଧ କରିଛି।

ଏହା ସହ ଗୃହମନ୍ତ୍ରୀ ଅମିତ ଶାହା ଗୃହରେ ଜମ୍ମୁ-କାଶ୍ମୀର ସଂରକ୍ଷଣ ବିଧେୟକ ଆଗତ କରିଥିଲେ ।ଏହି ବିଧେୟକ ଦ୍ୱାରା ଅନ୍ତରାଷ୍ଟ୍ରୀୟ ସୀମାରେ ରହୁଥିବା ଲୋକେ ମଧ୍ୟ ସଂରକ୍ଷଣ ଲାଭ ପାଇ ପାରିବେ। ପୂର୍ବେ କେବଳ ସୀମାର ନିକଟରେ ରହୁଥିବା ଲୋକେ ଏହି ଲାଭ ପାଇ ପାରୁଥିଲେ।

Comments are closed.