Odisha Link
Bridging the Missing Links in Odisha

ରାଜ୍ୟସଭାକୁ ୩ ନିର୍ବାଚିତ

ଭୁବନେଶ୍ୱର : ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୩ ନେତା। ବିଜେଡିର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ରଙ୍କ ସହିତ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ନେଇ ଆଜି ରିଟର୍ଣ୍ଣିଂ ଅଫିସର ଘୋଷଣା କରିଛନ୍ତି । ୩ଟି ଆସନ ପାଇଁ ମାତ୍ର ୩ ପ୍ରାର୍ଥୀ ରହିବାରୁ ସେମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବୋଲି ରିଟର୍ଣ୍ଣିଂ ଅଫିସର କହିଛନ୍ତି।
୨୦୨୪ରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ତାଙ୍କରି ସିଟ୍‌କୁ ବିଜେଡି ଅଶ୍ୱିନୀଙ୍କୁ ଛାଡ଼ିଛି। ଅଚ୍ୟୁତ ସାମନ୍ତଙ୍କ ସିଟ୍‌କୁ ଦଳ ଅମର ପଟ୍ଟନାୟକଙ୍କୁ ଦେଇଛି। ସେହିପରି ପ୍ରତାପ ଦେବଙ୍କ ସିଟ୍‌କୁ ଦଳ ସସ୍ମିତଙ୍କୁ ଦେଇଛି। ସେ ୩ ବର୍ଷ ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ଅଶ୍ୱିନୀ ଓ ଅମର ୫ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି।

Comments are closed.