୨ ସପ୍ତାହ ପାଇଁ ମତେ ହାର୍ଦ୍ଦିକ ପାଣ୍ଡିଆକୁ ଦେଇ ଦିଅ, ଏମିତି କହିଲେ ପାକିସ୍ତାନୀ ଅଲ ରାଉଣ୍ଡର

ନୂଆଦିଲ୍ଲୀ: ଗତକାଲି କ୍ରିକେଟ ବିଶ୍ବକପର ୩୪ତମ ମ୍ୟାଚ ଭାରତ ଏବଂ ଓ୍ବେଷ୍ଟଣ୍ଡିଜ ମଧ୍ୟରେ ଖେଳା ଯାଇଥିଲା। ଏହି ମ୍ୟାଚରେ ଭାରତ ୧୨୫ରନ୍ରେ ବିଜୟୀ ହୋଇଛି। ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡିଆ ଉଭୟ ବ୍ୟାଟିଂ ଏବଂ ବୋଲିଂରେ କମାଲ ଦେଖାଇଥିଲେ। ଏହି ମ୍ୟାଚରେ ପାଣ୍ଡିଆ ୩୮ଟି ବଲରେ ୪୬ ରନ୍ କରିଥିବାବେଳେ ବୋଲିଂରେ ୨୮ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି। ଏହି ମ୍ୟାଚଟି ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକ ଦେଖୁଥିଲେ। ହାର୍ଦ୍ଦିକଙ୍କ ଖେଳରେ କିଛି କମି ଥିବା କଥା କହିଛନ୍ତି ରଜାକ୍। ଏଥିସହିତ ହାର୍ଦ୍ଦିଙ୍କୁ ଟ୍ରେନିଙ୍ଗ୍ ଦେବା କଥା କହିଛନ୍ତି ରଜାକ୍।
Abdul Razzaq "give me 2 weeks and I will make Hardik Pandya the world's best all-rounder" #Cricket pic.twitter.com/o3eIt69nfN
— Saj Sadiq (@Saj_PakPassion) June 27, 2019
ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର କହିଛନ୍ତି ଯେ, ମୁଁ ଗତକାଲି ଇଣ୍ଡିଆ-ଓ୍ବେଷ୍ଟଇଣ୍ଡିଜ ମ୍ୟାଚ ଦେଖୁଥିଲି। ପ୍ରଥମ ଥର ପାଇଁ ହାର୍ଦ୍ଦିକ ପାଣ୍ଡିଆଙ୍କୁ ବ୍ୟାଟିଂ କରିବାର ଦେଖିଥିଲି ଏବଂ ଖେଳରେ କମି ଥିବା କହିଛନ୍ତି ରଜାକ୍। ଯଦି ମୁଁ ଦୁବାଇରେ ହାର୍ଦ୍ଦିକଙ୍କୁ ୨ ସପ୍ତାହ ଟ୍ରେନିଂ ଦେବି ତେବେ ମୋର ପୂର୍ଣ୍ଣ ବିଶ୍ବାସ ଅଛିକି ହାର୍ଦ୍ଦିକ ପାଣ୍ଡିଆ ଦୁନିଆର ଶ୍ରେଷ୍ଠ ହିଟର ଏବଂ ଏକ ନମ୍ବର ଅଲରାଉଣ୍ଡର ହୋଇପାରିବେ ବୋଲି କହିଛନ୍ତି ରଜାକ୍। ଏହି ମ୍ୟାଚରେ ମୁଁ ହାର୍ଦ୍ଦିକକୁ ବହୁତ ପାଖରୁ ପରଖିଛି ବୋଲି ସେ କହିଛନ୍ତି। ଏହାସହ ସେ କହିଛନ୍ତି ଯେ, ମୁଁ ଏକଥାକୁ ସେୟାର କରିବାକୁ ଉଚିତ୍ ମନେ କଲି ତେଣୁ ମୁଁ ସେୟାର କରିଛି। ଯଦି ବିସିସିଆଇ ଚାହିଁବ ହାରର୍ଦ୍ଦିଙ୍କ ଖେଳରେ ଉନ୍ନତି ହେଉ ତାହାଲେ ମୁଁ ଏଥିପାଇଁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ ଖେଳାଳି ଅବଦୁଲ ରଜାକ।
ସୂଚନାଥାଉକି, ଅବଦୁଲ ରଜାକ ପାକିସ୍ତାନ ପାଇଁ ୨୬୫ ଏକ ଦିବସୀୟ ମ୍ୟାଚ ଖେଳିଛନ୍ତି। ଏଥିରେ ସେ ୫୦୮୦ ରନ୍ ସହିତ ୨୬୯ ଓ୍ବିକେଟ ନେବାରେ ସକ୍ଷମ ହୋଇଥିଲେ। ସେହିପରି ନିଜ କ୍ୟାରିଅରରେ ୪୬ଟି ଟେଷ୍ଟ ମ୍ୟାଚ୍ ଖେଳି ୧୯୪୬ ବନେଇଥିବାବେଳେ ୧୦୦ ଓ୍ବିକେଟ ନେଇଛନ୍ତି।
Comments are closed.