Odisha Link
Bridging the Missing Links in Odisha

ଉତ୍ତର ବଙ୍ଗୋପସାଗରରେ ଲଘୁଚାପ, ସାରା ରାଜ୍ୟରେ ୩ ଦିନ ପର୍ଯ୍ୟନ୍ତ ବର୍ଷା

ଭୁବନେଶ୍ବର : ଅପେକ୍ଷାର ଅନ୍ତ ଘଟିଲା । ଆରମ୍ଭ ହେଲା ବର୍ଷା । ଅସହ୍ୟ ଗୁଳୁଗୁଳି ଓ ଗରମରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଓଡିଶାରେ ସକ୍ରିୟ ହୋଇଛି ମୌସୁମୀ । ମୌସୁମୀ ପ୍ରଭାବ ଯୋଗୁଁ ଆରମ୍ଭ ହୋଇଯାଇଛି ବର୍ଷା ।
ତିନି ଦିନ ପର୍ଯ୍ୟନ୍ତ ସାରା ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ତାହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡିଶା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି । ଗତ ରାତିରୁ ବର୍ଷା ହେବା ପରେ ପାଗ ବଦଳିଛି । ତାପମାତ୍ରା କମିବା ସହ ପାଗ ମେଘୁଆ ରହିଛି ।

Comments are closed.