Odisha Link
Bridging the Missing Links in Odisha

ର‌ଥଯାତ୍ରା ପୂର୍ବରୁ ପୁରୀର ସବୁ ସ୍ଥାନକୁ ବିଦ୍ୟୁତ୍ ଯୋଗାଣ

ଭୁବନେଶ୍ବର : ଆଗକୁ ଆସୁଛି ବଶ୍ବପ୍ରସିଦ୍ଧ ରଥଯାତ୍ର ପୁରୀରେ ଲାଗିବ ଭକ୍ତ ମାନଙ୍କନର ଭିଡ଼ ହେଲେ ଏଯାଏଁ ସରିନି ଫୋନି ମରାମତି କାମ । ବର୍ତ୍ତମାନ ସୁଦ୍ଧା ପୁରୀର ଅଧିକାଂଶ ଗାଁରେ ବିଜୁଳି ପାରିନାହିଁ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଆଜି ବିଧାନସଭାରେ ଏହା ମାନିଛନ୍ତି । ତେବେ ୪ ତାରିଖ ପୂର୍ବରୁ ପୁରୀର ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ପାଇଁ ପ୍ରୟାସ କରାଯାଉଥିବା କହିଛନ୍ତି ମନ୍ତ୍ରୀ । ପୁରୀକୁ ୩ଟି ଉତ୍ସରୁ ବିଦ୍ୟୁତ୍ ଯୋଗାଯାଉଥିବା ବେଳେ ୨ଟି ଉତ୍ସର ମରାମତି ସରିଛି । ଅନ୍ୟ ଏକ ଉତ୍ସର ମରାମତି କାମ ଚାଲୁ ରହିଛି । ଖୋର୍ଦ୍ଧାରେ ୩୯ କେଭି ଫିଡର ୨୨ଟି, ୧୧ କେଭି ଫିଡର ୭୨ଟି, ୩୯୭୫ଟି ଟ୍ରାନ୍ପଫର୍ମର, ୧ ଲକ୍ଷ ୮୪ ହଜାର ୮୬୨ ଘରୋଇ ଉପଭୋକ୍ତ କ୍ଷତିଗ୍ରସ୍ତ ହୋଇଥିଲା ବୋଲି ମଧ୍ୟ ଉତ୍ତର ରଖିଛନ୍ତି ମନ୍ତ୍ରୀ ।
ତେବେ ବିଦ୍ୟୁତ୍ କାଟ୍ ଓ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉତ୍ତରକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ମନ୍ତ୍ରୀଙ୍କ ଠାରୁ ପ୍ରକୃତ ଉତ୍ତର ପାଇବା ପାଇଁ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

Comments are closed.