Odisha Link
Bridging the Missing Links in Odisha

ଜାପାନରେ ନବୀନଙ୍କୁ ମୋଦିଙ୍କ ପ୍ରଶଂସା

ଭୁବନେଶ୍ବର: ଜାପାନରେ ପ୍ରଶଂସିତ ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାହା ପୁଣି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କ ପ୍ରଶଂସା କରିଛନ୍ତି। ଜି-୨୦ ସମ୍ମିଳନୀ ପାଇଁ ଜାପାନ ଗସ୍ତରେ ଥିବା ମୋଦି ଜାପାନରେ ବସବାସ କରୁଥିବା ଭାରତୀୟଙ୍କ ସହିତ ଆଲୋଚନା କରିଥିଲେ। ଆଉ ସେଠାରେ ଓଡ଼ିଶା ସରକାରଙ୍କ ସଫଳ ବିପର୍ୟ୍ୟୟ ମୁକାବିଲା ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ମୋଦି କହିଛନ୍ତି ଯେ, ନବୀନଙ୍କ ଉପଯୁକ୍ତ ପଦକ୍ଷେପ ଯୋଗୁଁ ବାତ୍ୟା କ୍ଷୟକ୍ଷତିକୁ ରୋକା ଯାଇ ପାରିଲା। ଉପକୂଳ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରିବା ଦିଗରେ ଓଡ଼ିଶା ସରକାରଙ୍କ କାର୍ଯ୍ୟ ପ୍ରଶଂସନୀୟ। ବାତ୍ୟା ପୂର୍ବରୁ ସତର୍କ ହୋଇ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବା କିଛି ଛୋଟ କଥା ନୁହେଁ। କାରଣ ବାତ୍ୟା ଖବର ପାଇବା ପରେ କୌଣସି ବି ଲୋକ ସହଜରେ ତାଙ୍କ ବାସଗୃହ ଛାଡ଼ି ଯିବାକୁ ମନ ବଳାଏ ନାହିଁ । ହେଲେ ଏଭଳି ସ୍ଥଳେ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀମାନେ ଐତିହାସିକ ସ୍ଥାନାନ୍ତରଣ ପ୍ରକ୍ରିୟା କରିଥିବାରୁ ଏତେ ଲୋକଙ୍କ ଜୀବନ ସୁରକ୍ଷିତ ରହିଛି ବୋଲି ମୋଦି କହିଛନ୍ତି। ଏଥି ସହିତ ବାତ୍ୟାରେ କ୍ଷତିଗ୍ରସ୍ତ ଓଡ଼ିଶାକୁ ଆକାଶ ମାର୍ଗରେ ପ୍ରଧାନମନ୍ତ୍ରୀ ସର୍ବେକ୍ଷଣ କରିଥିବା ନେଇ ସୂଚନା ଦେଇଥିଲେ।

Comments are closed.