Odisha Link
Bridging the Missing Links in Odisha

ରାଜ୍ୟର ସମସ୍ତ ବିଦ୍ୟାଳୟକୁ ପଠାଗଲା ମାଟ୍ରିକ୍‌ ସାର୍ଟିଫିକେଟ୍

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ସାର୍ଟିଫିକେଟ୍ ଗୁଡ଼ିକ ରାଜ୍ୟର ସମସ୍ତ ଜିଲ୍ଲାକୁ ପଠାଯାଇଛି । ଏହା ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତାକାଲିଠାରୁ ଜୁଲାଇ ୧ ତାରିଖ ମଧ୍ୟରେ ବିତରଣ କରାଯିବ । ମାଟ୍ରିକର ଅରିଜିନାଲ ସାର୍ଟିଫିକେଟ, ମାଇଗ୍ରେସନ ସାର୍ଟିଫିକେଟ, ଅକୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମାର୍କ ସିଟ୍‍ ଓ ଟାବୁଲେସନ ରେଜିଷ୍ଟର ମଧ୍ୟ ବିତରଣ ହେବ ।
ବୋର୍ଡର ୬ଟି ଜୋନ୍‍ ଅଧୀନରେ କରାଯାଇଥିବା ବିତରଣ କେନ୍ଦ୍ରରୁ ହାଇସ୍କୁଲର ମୁଖ୍ୟ ବା କ୍ଷମତାପ୍ରାପ୍ତ କର୍ମଚାରୀ ସାର୍ଟିଫିକେଟଗୁଡ଼ିକୁ ସଂଗ୍ରହ କରିବେ। ସମ୍ପୃକ୍ତ ଜିଲ୍ଲା ଶିକ୍ଷାଧିକାରୀ ସାର୍ଟିଫିକେଟ ବିତରଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିସହ ସାର୍ଟିଫିକେଟ ବିତରଣ ସଂକ୍ରାନ୍ତ କୌଣସି ସମସ୍ୟା ଉପୁଜିଲେ ତୁରନ୍ତ ଜିଲା ଶିକ୍ଷାଧିକାରୀ ତତ୍‍କ୍ଷଣାତ୍‍ ବିତରଣ କେନ୍ଦ୍ରରେ ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି ।

Comments are closed.