Odisha Link
Bridging the Missing Links in Odisha

କାହିଁକି କାନ୍ଦିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ

ରାୟପୁର: ମଞ୍ଚ ଉପରେ କାନ୍ଦିଲେ ମୁଖ୍ୟମନ୍ତ୍ରୀ। ପୁଣି ନିଜ କର୍ମୀଙ୍କ ଆଗରେ କାନ୍ଦିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ। ସେ ଆଉ କେହି ନୁହଁନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କାନ୍ଦିଛନ୍ତି। ଇତି ମଧ୍ୟରେ ଛତିଶଗଡ଼ ପ୍ରଦେଶ କଂଗ୍ରେସ ସଭାପତି ପଦବୀରୁ ଇସ୍ତଫା ଦେଇଛନ୍ତି ଭୂପେଶ। ଏନେଇ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ସେହି ସଭାରେ କାନ୍ଦିବାର ଦେଖିବାକୁ ମିଳିଥିଲା ମୁଖ୍ୟମନ୍ତ୍ରୀ ଭୂପେଶଙ୍କୁ। ଆଜି ନୂଆ ପିସିସି ସଭାପତି ଭାବରେ ମୋହନ ମର୍କମଙ୍କୁ ଦଳ ନିଯୁକ୍ତି ଦେଇଛି। ବାଘେଲ କାନ୍ଦୁଥିବା ବେଳେ ଦଳୀୟ କର୍ମୀ ‘ବାଘେଲ ଜିନ୍ଦା ହୈ, କଂଗ୍ରେସ ପାର୍ଟି ଜିନ୍ଦା ହୈ’ର ନାରା ଦେଇଥିଲେ।

ସୂଚନାଥାଉକି, ଛତିଶଗଡ଼ କଂଗ୍ରେସ ସଭାପତି ଭାବରେ ସେ ଜୁନ ୨୦୧୪ରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ଗତବର୍ଷ ତାଙ୍କ ନେତୃତ୍ୱରେ ଦୀର୍ଘ ୧୫ ବର୍ଷର ବିଜେପି ସରକାରକୁ କ୍ଷମତାଚ୍ୟୁତ କରିଥିଲେ ଭୂପେଶ ବାଘେଲ। ୯୦ ବିଧାୟକ ଆସନରୁ ୬୮ଟି ଆସନରେ କଂଗ୍ରେସ ବିଜୟୀ ହୋଇ କ୍ଷମତାକୁ ଫେରିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଭୂପେଶ ବାଘେଲ। ଲୋକସଭା ନିର୍ବାଚନକୁ ଦେଖି କଂଗ୍ରେସ ଭୂପେଶ ରାଜ୍ୟ ମୁଖିଆ ପଦବୀରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲା।

କିନ୍ତୁ ଚଳିତ ଲୋକସଭା ନିର୍ବାଚନରେ ମୋଟ ୧୧ ଲୋକସଭା ଆସନରୁ ୨ଟିରେ ବିଜୟୀ ହେବାରେ ସଫଳ ହୋଇଥିଲା। ଏହାପରେ ସେ ନିକଟରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଭେଟି ଦଳର ସଭାପତି ପଦବୀରୁ ଅବ୍ୟାହତି ଦେବାକୁ ଅନୁରୋଧ କରିଥିଲେ। ଏହାପରେ ଦଳ ମୋହନ ମର୍କମଙ୍କୁ କଂଗ୍ରେସ ଛତିଶଗଡ ସଭାପତି ଭାବରେ ନିଯୁକ୍ତି ଦେଇଛି।

Comments are closed.