Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପ୍: ରୋହିତଙ୍କ ଶତକ ବେକାର, ଟିମ୍‌ ଇଣ୍ଡିଆ ୩୧ ରନରେ ପରାସ୍ତ

ବର୍ମିଂହାମ: ସୁପର ସଣ୍ଡେ ମୁକାବିଲାରେ ବାଜି ମାରି ନେଇଛି ଇଂଲଣ୍ଡ। ଏଥି ସହିତ ୨୦୧୯ କ୍ରିକେଟ ମହାକୁମ୍ଭରେ ପ୍ରଥମ ପରାଜୟ ବରଣ କରିଛି ଟିମ୍ ଇଣ୍ଡିଆ। ଆୟୋଜକ ଇଂଲଣ୍ଡ ଠାରୁ ଦଳ ୩୧ ରନରେ ପରାଜିତ ହୋଇଛି ଟିମ୍‌ ଇଣ୍ଡିଆ। ବର୍ମିଂହାମ ଏଜବାଷ୍ଟନ୍ ଗ୍ରାଉଣ୍ଡରେ ଆଜି ବଡ଼ ମୁକାବିଲା ଖେଳାଯାଇଥିଲା । ବିଶ୍ୱକପ୍ ଲଢ଼େଇରେ ଇଂଲଣ୍ଡ ଦେଇଥିବା ୩୩୮ ରନର ଟାର୍ଗେଟକୁ ପିଛା କରି ଶେଷରେ ପରାସ୍ତ ହୋଇଛି ଭାରତ । ରୋହିତ ଶର୍ମାଙ୍କ ଦମଦାର ଶତକ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସତ୍ତ୍ବେ ପରାଜିତ ହୋଇଛି ଦଳ। ବିଶ୍ୱକପର ୩୮ତମ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଥିଲେ ଭାରତ ଏବଂ ଇଂଲଣ୍ଡ । ବର୍ମିଂହାମରେ ଖେଳାଯାଇଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ତେବେ ନିର୍ଦ୍ଧାରିତ ୫୦ ଓଭରରେ ଇଂଲଣ୍ଡ ୭ଟି ୱିକେଟ୍ ହରାଇ ୩୩୭ ରନ୍ ସଂଗ୍ରହ କରିଥିଲା।

Comments are closed.