Odisha Link
Bridging the Missing Links in Odisha

ଦ୍ବିତୀୟ ବିଜୟ ପରେ ମୋଦିଙ୍କ ପ୍ରଥମ ମନ୍ କି ବାତ୍, ଜଳ ସଂରକ୍ଷଣକୁ ଅଧିକ ଗୁରୁତ୍ବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଦର୍ଘ ୪ମାସର ଅନ୍ତର ପରେ ପୁଣିଥରେ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ଜରିଆରେ ପୁଣିଥରେ ମୋଦି ଦେଶବାସୀଙ୍କୁ ନିଜର ମନ କଥା କହିଛନ୍ତି। ଏହା ସହ ୪ମାସ ପରେ ଜନତାଙ୍କ ଆଗରେ ନିଜ ମନକଥା କହୁଥିବାରୁ ସେ ଖୁସି ଅଛନ୍ତି ବୋଲି କହିଛନ୍ତି। ଦେଶବାସୀ ଦ୍ୱିତୀୟ ଥର ପାଇଁ ତାଙ୍କ ସରକାରକୁ ଭୋଟ ଦେବେ ବୋଲି ଆଶା ରଖିଥିଲେ। ଦେଶବାସୀ ମଧ୍ୟ ତାଙ୍କ ଆଶାକୁ ବଜାୟୀ ରଖିଥିବାରୁ ଏହି ଲୋକପ୍ରିୟ କାର୍ଯ୍ୟକ୍ରମରେ ଜରିଆରେ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦି। ଏହି ଅବସରରରେ ସେ ଦେଶର ଜରୁରୀ କାଳୀନ ପରିସ୍ଥିତି, ଜଳ ସଂରକ୍ଷଣ ଆଦି ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି ।

ଦେଶରେ ଜଳ ସଙ୍କଟ ଆରମ୍ଭ ହୋଇଛି। ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜଳ ସଂରକ୍ଷଣ କରିବା ପାଇଁ ଆହ୍ୱାନ କରିଛନ୍ତି। ବିଭିନ୍ନ ପ୍ରଣାଳୀରେ ଜଳ ସଂରକ୍ଷଣ କରିହେବ ଏବଂ ନୂଆ କିଛି ଆଇଡିଆ ଥିଲେ ଏହାକୁ ଇଂରାଜୀରେ ହ୍ୟାଶଟାଗ୍ ଜନଶକ୍ତିଫରଜଳଶକ୍ତି (#JanShakti4JalShakti)ରେ ଲେଖିପାରିବେ ବୋଲି ସେ କହିଛନ୍ତି। ଦେଶରେ ଚାଷ ପାଇଁ ପାଣିର ଅଭାବ ରହିଛି। ଚଳିତ ଋତୁରେ ଏଯାଏ ମାତ୍ର ୮ ପ୍ରତିଶତ ବର୍ଷା ହୋଇଛି । ଯାହାକି ଆଗାମୀ ଦିନରେ ଚାଷୀଙ୍କ ପାଇଁ ସମସ୍ୟା ଆଣିପାରେ ବୋଲି କହିଛନ୍ତି ମୋଦି। ପାଣିର ଅଭାବକୁ ଗୁରୁତ୍ୱ ରଖି ତାଙ୍କ ସରକାର ଜଲ ଶକ୍ତି ମନ୍ତ୍ରଣାଳୟ ନୂଆ କରି ଆରମ୍ଭ କିରଛନ୍ତି।ତାଙ୍କ ରାଜ୍ୟ ଗୁଜରାଟର ପୋରବନ୍ଦର କିର୍ତି ବନ୍ଦରରେ ୨୦୦ ବର୍ଷ ପରେ ମଧ୍ୟ ଆଜି ବି ସେଠାରେ ବର୍ଷା ଜଳକୁ ଅଟକାଇବାର ସାମର୍ଥ୍ୟ ରହିଛି । ଏଭଳି ବ୍ୟବସ୍ଥା ଅନ୍ୟ ସ୍ଥାନରେ ହେବା ଉଚିତ୍ ବୋଲି ମୋଦି କହିଛନ୍ତି।

ଏହି ଅବସରରେ ଦେଶରେ ସୃଷ୍ଟି ହୋଇଥିବା ଜରୁରିକାଳୀନ ପରିସ୍ଥିତି କଥା ମଧ୍ୟ କହିଛନ୍ତି ମୋଦି। ଗଣତନ୍ତ୍ର ଯେତେବେଳେ କେହି ଛିନ୍ନ କରେ ସେହି ସମୟରେ ସାଧାରଣ ଜୀବନ ଶୈଳୀ ଆମ ମାନଙ୍କର ଛିନ୍ନ ହୋଇଥାଏ। ଗଣତନ୍ତ୍ର ଆମ ଦେଶର ସଂସ୍କାର ବୋଲି ସେ କହିଛନ୍ତି। ଜରୁରିକାଳୀନ ସମୟରେ ସେ ଗଣତନ୍ତ୍ରର ଅଭାବକୁ ଅନୁଭବ କରିଥିଲେ, ତେଣୁ ଚଳିତ ନିର୍ବାଚନକୁ ଗଣତନ୍ତ୍ରର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ଏହା ସହ ମୋଦି ଜନସାଧାରଣଙ୍କୁ ବହି ପଢିବାକୁ ଅନୁରୋଧ କରିଛନ୍ତି । କୌଣସି କାର୍ଯ୍ୟକ୍ରମରେ ‘ବୁକେ ନୁହେଁ ବୁକ୍ ଦେବା ଉଚିତ୍’ ବୋଲି ସେ କହିଛନ୍ତି। ଅର୍ଥାତ୍ ଫୁଲତୋଡା ନୁହେଁ ପୁସ୍ତକ ଦେବା ଉଚିତ୍।

Comments are closed.