Odisha Link
Bridging the Missing Links in Odisha

୮୦ ଲକ୍ଷ ଟଙ୍କା ଉଦ୍ଧାର କଲା କମିଶନରେଟ ପୁଲିସ

କଟକ: ଗତକାଲି ରାତିରେ ସନ୍ଦିଗ୍ଧ ଅବସ୍ଥାରେ ବ୍ୟାଗ ନେଇ ଯାଉଥିବା ଯୁବକଙ୍କୁ ଅଟକାଇ ତଲାସୀ ବେଳେ କଟକ କମିଶନରେଟ ପୁଲିସକୁ ବଡ଼ଭାଇ ସଫଳତା ମିଳିଛି । ବ୍ୟାଗ ମଧ୍ୟରୁ ୮୦ ଲକ୍ଷ ଟଙ୍କା ବାହାରିଥିଲା। କେଉଁଠୁ ଆଣିଲ ବୋଲି ପୁଲିସ ପଚାରିବାରୁ ଯୁବକମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଫଳରେ ଉକ୍ତ ଟଙ୍କାକୁ ଜବତ କରିବା ସହ ଦୁଇ ଯୁବକଙ୍କୁ ଅଟକ ରଖିଛି ପୁଲିସ। ଦୁଇଜଣ ଯୁବକଙ୍କର ଘର କଲିକତା ହୋଇଥିଲା ବେଳେ ସେମାନେ କଟକ ଦରଘାବଜାର ଅଞ୍ଚଳରେ ରୁହନ୍ତି। ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଏମାନେ ସୁନା କଳା ବ୍ୟବସାୟ ପାଇଁ ଏହି ଅର୍ଥ ନେଇ ଯାଉଥିଲେ ବୋଲି ଜାଣିବାକୁ ପାଇଛି।

Comments are closed.