Odisha Link
Bridging the Missing Links in Odisha

ବସଷ୍ଟାଣ୍ଡରେ ବିଧାୟକଙ୍କ ଜନଶୁଣାଣି

ନୟାଗଡ଼: ରାସ୍ତା କଡ଼ରେ ଚଉକି ପଡ଼ିଲା, ଟେବୁଲ ଉପରେ କଲମ, କାଗଜ ଓ ଅନ୍ୟାନ୍ୟ ଜରୁରୀ ଉପକରଣ ରହିଲା। ଖୋଲା ସ୍ଥାନ କିଛି ସମୟ ପାଇଁ ପାଲଟିଗଲା ବିଧାୟକଙ୍କ କାର୍ଯ୍ୟାଳୟ। ଆଉ ସେଇ ଅସ୍ଥାୟୀ କାର୍ଯ୍ୟାଳୟରେ ବିଧାୟକଙ୍କୁ ଦୁଃଖ ଜଣାଇବାକୁ ଘେରି ରହିଥିଲେ ଶତାଧିକ ଜନତା। ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ନୟାଗଡ଼ ବସଷ୍ଟାଣ୍ଡରେ। ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କ ସହ ଯୋଡ଼ିହେବା ପାଇଁ ଅଭିନବ ଶୈଳୀ ଆପଣେଇଛନ୍ତି ନୟାଗଡ଼ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ। ସର୍ବସାଧାରଣ ସ୍ଥାନରେ ଜନଶୁଣାଣି ମାଧ୍ୟମରେ ଜନସାଧାରଣଙ୍କ ଅଭାବ ଅସୁବିଧାର ସମାଧାନ କରିବାକୁ ଶ୍ରୀ ସାହୁ ନିଷ୍ପତ୍ତି ନେଇଛନ୍ତି।


ନୟାଗଡ଼ ବସଷ୍ଟାଣ୍ଡ ଠାରେ ଆଜି ସକାଳେ ନୟାଗଡ଼ ବ୍ଲକ ଓ ପୌର ପରିଷଦବାସୀଙ୍କ ପାଇଁ ଜନଶୁଣାଣି ହୋଇଥିଲା। ପରବର୍ତ୍ତୀ ସମୟରେ ଓଡ଼ଗାଁ ବ୍ଲକରେ ମଧ୍ୟ ଅନୁରୂପ ଜନଶୁଣାଣି ହେବ। ନିୟମିତ ବ୍ୟବଧାନରେ ନୟାଗଡ଼ରେ ଏଭଳି ଜନଶୁଣାଣି ହେବ ବୋଲି ବିଧାୟକ ଶ୍ରୀ ସାହୁ ଓଡ଼ିଶା ଲିଙ୍କକୁ କହିଛନ୍ତି।

Comments are closed.