Odisha Link
Bridging the Missing Links in Odisha

ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ

ବାଲେଶ୍ଵର : ପଶ୍ଚିମବଙ୍ଗରୁ ରୋଗୀ ନେଇ ଆସୁଥିବା ଏକ ଆମ୍ବୁଲାନ୍ସ ସହିତ ଟ୍ରକ ସାମ୍ନା ପଟରୁ ଧକ୍କା ହେବାରୁ ଆମ୍ବୁଲାନ୍ସରେ ଥିବା ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ରବିବାର ରାତିରେ ଆମ୍ବୁଲାନ୍ସଟି ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲା ବିଷ୍ଣୁପୁର ଗ୍ରାମରୁ ରୋଗୀଙ୍କୁ ନେଇ କଟକ ଆସୁଥିଲା। ରାତି ପ୍ରାୟ ୨ଟାରେ ଲକ୍ଷ୍ମଣନାଥ ଟୋଲଗେଟ୍‌ ନିକଟରେ ଏକ ଟ୍ରକ ସହିତ ଆମ୍ବୁଲାନ୍ସର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିଲା। ଅନ୍ୟ ୫ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି।

Comments are closed.