Odisha Link
Bridging the Missing Links in Odisha

ନୂଆ ଜର୍ସି କାରଣରୁ ଟିମ୍‌ ଇଣ୍ଡିଆ ପରାଜିତ ହେଲା: ମେହବୁବା ମୁଫତୀ

ଶ୍ରୀନଗର: ଗତକାଲି କ୍ରିକେଟ ବିଶ୍ବକପ୍‌ ୨୦୧୯ର ୩୮ ତମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ଠାରୁ ପରାଜିତ ହୋଇଛି। ଏହି ମ୍ୟାଚରେ ଇଂଲଣ୍ଡର ୩୩୭ ରନର ପିଛା କରି ଟିମ୍ ଇଣ୍ଡିଆ ୩୧ ରନରେ ପରାଜୟ ବରଣ କଲା ।ତେବେ ଭାରତର ଏହି ପରାଜୟ ପରେ ଏବେ ଚାରିଆଡ଼େ ଆଲୋଚନା ଏବଂ ସମାଲୋଚନା ଦେଖିବାକୁ ମିଳିଛି। ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଇଣ୍ଡିଆର ଏହି ପରାଜୟ ଉପରେ ନିଜର ମତ ରଖିଛନ୍ତି।

 

ସେ ଟ୍ୱିଟ୍ କରି କହିଛନ୍ତିି ଯେ, ଆପଣ ମୋର ଏହା ଅନ୍ଧବିଶ୍ୱାସ କହିପାରନ୍ତି କିନ୍ତୁ ଇଣ୍ଡିଆର ଏହି ନୂଆ ଜର୍ସି କାରଣରୁ ଟିମ୍ କୁ କ୍ରିକେଟରେ ହାରିବାକୁ ପଡିଥିଲା। ଆପଣଙ୍କୁ କହିରଖୁଛୁ ବିଶ୍ୱକପରେ ଭାରତର ଏହା ପ୍ରଥମ ପରାଜୟ । ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିଲେ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଦୃଢ ସ୍ଥିତିରେ ଭାରତ ଅଛି ।

ସୂଚନାଥାଉକି, ଏବେ ଭାରତକୁ ବାଙ୍ଗଲାଦେଶ ଏବଂ ଶ୍ରୀଲଙ୍କା ସହ ଖେଳିବାର ଅଛି। ଅନ୍ୟପକ୍ଷରେ ଇଂଲଣ୍ଡ ନିଜ ୮ ଟି ମ୍ୟାଚରେ ନିଜର ୫ମ ଜିତ୍ ହାସଲ କରିଛି । ଭାରତ ନିଜ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ରେ ୩୦୬ ରନ୍ କରିପାରିଛି। ଭାରତ ତରଫରୁ ରୋହିତ୍ ଶର୍ମା ସବୁଠାରୁ ଅଧିକ ୧୦୨ ରନ୍ କରିଥିଲେ। ଅନ୍ୟପକ୍ଷରେ କ୍ୟାପଟେନ୍ କୋହଲି ୬୬ ରନରୁ ଅଧିକ କରିଥିଲେ। ପୂର୍ବ କ୍ୟାପଟେନ୍ ଧୋନି ୪୨ ରନ୍ କରିଥିବା ବେଳେ ବିଶ୍ୱକପ୍ ରେ ୨୭ ବର୍ଷ ପରେ ଭାରତ ଇଂଲଣ୍ଡ ବିପକ୍ଷରେ ହାରିଛି ।

Comments are closed.