Odisha Link
Bridging the Missing Links in Odisha

ରାଜ୍ୟରେ ଖୋଲିଲା ପ୍ରଥମ ଦୁଗ୍ଧ ଏଟିଏମ୍

ବ୍ରହ୍ମପୁର : ବ୍ରହ୍ମପୁର ସହରର ଗେଟ୍ ବଜାର ନିକଟରେ ଖୋଲିଛି ରାଜ୍ୟର ପ୍ରଥମ ଦୁଗ୍ଧ ଏଟିଏମ୍ କାଉଣ୍ଟର। ବ୍ରହ୍ମପୁର ବିଧାୟକ ଓ ଗଞ୍ଜାମ ଜିଲ୍ଲାପାଳ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏଠାରେ ୧୦ରୁ ୪୦ ଟଙ୍କାରେ ଲୋକେ କ୍ଷୀର ପାଇପାରିବେ। ପ୍ରଥମେ ପରୀକ୍ଷାମୂଳକ ଭାବେ ଗୋଟିଏ କାଉଣ୍ଟର ଆରମ୍ଭ କରାଯାଇଥିବା ବେଳେ ଆଗକୁ ସହରରେ ୧୦ଟି କାଉଣ୍ଟର ଖୋଲାଯିବ।
୨୦୧୪ରୁ ଚାଷୀଙ୍କ ନିକଟରୁ କ୍ଷୀର କିଣିବା ଦର ରାଜ୍ୟ ସରକାର ବୃଦ୍ଧି କରିନାହାନ୍ତି। ଫଳରେ ସିଧାସଳଖ ମାର୍କେଟରେ କ୍ଷୀର ବିକ୍ରି କରି ଅଧିକ ଲାଭ ପାଇବାକୁ ଗଞ୍ଜାମ ଗଜପତି ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ଏହି ନୂତନ ଶୈଳୀକୁ ଆପଣାଇଛି।

Comments are closed.