Odisha Link
Bridging the Missing Links in Odisha

୩ କୋଟି କ୍ଷୁଦ୍ର ଏବଂ ଉଠା ଦୋକାନୀଙ୍କୁ ମିଳିବ ପେନସନ୍

ନୂଆଦିଲ୍ଲୀ: ମୋଦି ସରକାରଙ୍କ ୨ୟ ଇନିଂସର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଜି ସଂସଦରେ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ ବ୍ୟବସ୍ଥା ଅନୁଯାୟୀ ନିର୍ମଳା କହିଛନ୍ତି ଯେ, ଏଣିକି ୩ କୋଟି ଛୋଟ ଓ ଉଠା ଦୋକାନୀଙ୍କୁ ପେନସନ ମିଳିବ। ଯେଉଁ ଛୋଟ ଓ ଉଠା ଦୋକାନୀମାନେ ବାର୍ଷିକ ୧.୫ କୋଟିରୁ କମ୍‌ କାରବାର କରୁଥିବେ ସେମାନଙ୍କୁ ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନାରେ ଏଭଳି ପେନସନ ଯୋଗାଇ ଦିଆଯିବ। ସେହିପରି ଏମଏସ୍‌ଏମ୍‌ଏଇ ପାଇଁ ୧ କୋଟି ଟଙ୍କାର ଋଣ ମାତ୍ର ୫୯ ମିନିଟରେ ମଞ୍ଜୁର କରାଯିବ। ଏହାବାଦ୍‌ ଗଙ୍ଗା ନଦୀରେ ଜଳ ମାର୍ଗ ବିକାଶ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରେଲୱେର ବିକାଶ ପାଇଁ ପବ୍ଲିକ-ପ୍ରାଇଭେଟ୍ ପାର୍ଟନରଶିପ୍ ବ୍ୟବସ୍ଥା ହେଉଛି।

Comments are closed.